Odia News Portal

ସୁକିନ୍ଦାରେ ଷଣ୍ଢ ଚାଲାଣ: ୫ଜଣ ଅଭିଯୁକ୍ତ ଗିରଫ

ଯାଜପୁର ରୋଡ : ସୁକିନ୍ଦା ଥାନା ଅଞ୍ଚଳରୁ ୫ଜଣ ଷଣ୍ଢ ଚାଲାଣକାରୀ ଗିରଫ। ସୁକିନ୍ଦା ଅଞ୍ଚଳ ହରିପୁରଠାରେ ଗୋରୁ ହାଟ ଚାଲିଥିଲା। ଷଣ୍ଢକୁ ନେଇ ବିଲ ମଝିରେ ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ବଜରଙ୍ଗ ଦଳର କର୍ମୀ ଓ ସ୍ଥାନୀୟ ଲୋକ ସେମାନଙ୍କୁ ଧରିଥିଲେ। ଲୋକମାନେ ପୋଲିସକୁ ଖବର କରି ଚାଲାଣକାରୀଙ୍କୁ ହସ୍ତାନ୍ତର କରିଥିଲେ। ଚାଲାଣକାରୀମାନେ କେନ୍ଦୁଝର ଜିଲ୍ଲାର ପାଟଣାଗଡ ଅଞ୍ଚଳର। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।