Odia News Portal

ଶସ୍ତା ହେଲା ସୁନା ଓ ରୂପା, ଆସନ୍ତୁ ଜାଣିବା ନୂଆ ଦାମ୍

ନୁଆଦିଲ୍ଲୀ : ସୁନାର ଦାମ ହ୍ରାସ ପାଇବା ଏବେ ବି ଜାରି ରହିଛି । ଲଗାତର ୬ଷ୍ଠ ଦିନରେ ସୁନା ଶସ୍ତା ହୋଇଛି  । ଗୁରୁବାର ଦିଲ୍ଲୀ ସରାଫା ବଜାରରେ ୧୦ ଗ୍ରାମ ସୁନାର ଦାମ୍ ୩ ଟଙ୍କା କମି ଯାଇଛି । ସୁନା ଭଳି ରୂପା ଦାମ୍ ମଧ୍ୟ ଶସ୍ତା ହୋଇଛି । ଏକ କିଲୋଗ୍ରାମ ରୂପାର ଦାମ୍ ୯୧ ଟଙ୍କା କମିଯାଇଛି । HDFC ସିକ୍ୟୋରିଟିଜ୍ ଅନୁସାରେ ଡିମାଣ୍ଡର ଅଭାବ ଯୋଗୁଁ ସୁନା-ରୂପା ଦାମ୍ ହ୍ରାସ ପାଉଛି ।

ଶସ୍ତା ହେଉଛି ସୁନା
ଗୁରୁବାର ଦିଲ୍ଲୀ ସରାଫା ବଜାରରେ ସୁନାର ଦାମ୍ ୩୮,୫୩୮ ଟଙ୍କାରୁ ହ୍ରାସ ପାଇ ୩୮,୫୩୫ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ୧୪୫୭ ଡଲାର୍ ପ୍ରତି ଆଉନ୍ସ ଓ ରୂପା ୧୭ ଡଲାର୍ ପ୍ରତି ଆଉନ୍ସରେ ଥିଲା ।

ରୂପା ହେଲା ଶସ୍ତା
ଦିଲ୍ଲୀ ସରାଫା ବଜାରରେ ରୂପା ଦାମ୍ ୪୫,୩୮୪ ଟଙ୍କାରୁ ହ୍ରାସ ପାଇ ୪୫,୨୯୩ ଟଙ୍କା ପ୍ରତି କିଲୋଗ୍ରାମ ହୋଇଯାଇଛି ।