Odia News Portal

ଦେଶରେ ଇ-ସ୍ପୋର୍ଟସକୁ ପ୍ରୋତ୍ସାହିତ କରିବା ପାଇଁ ନଡ୍‌ୱିନ ଗେମିଙ୍ଗ ଏବଂ ଏୟାରଟେଲ୍ ସହବନ୍ଧିତ

ଭୁବନେଶ୍ୱର : ଦେଶରେ ଇ-ସ୍ପୋର୍ଟସକୁ ଆଗକୁ ବଢ଼ାଇବା ନିମନ୍ତେ ଭାରତର ସର୍ବବୃହତ ଟେଲିକମ୍ୟୁନିକେସନ କମ୍ପାନୀ ଭାରତୀ ଏୟାରଟେଲ (“ଏୟାରଟେଲ”) ଏବଂ ଦକ୍ଷିଣ ଏସିଆର ଅଗ୍ରଣୀ ଇସ୍ପୋର୍ଟସ୍ କମ୍ପାନୀ ନଡ୍‌ୱିନ ମଧ୍ୟରେ ଏକ ସହବନ୍ଧନର ଘୋଷଣା କରାଯାଇଛି । ଏୟାରଟେଲ ଇଣ୍ଡିଆ ଇସ୍ପୋର୍ଟସ୍ ଟୁର୍‌ର ଶୁଭାରମ୍ଭ ସହ ଏହି ସହବନ୍ଧିତାର ପ୍ରାରମ୍ଭ କରାଯାଇଛି, ଯାହାକି ଏହି ସେଗ୍‌ମେଂଟରେ ଏହି ପ୍ରକାରର ପ୍ରଥମ ଏବଂ ସର୍ବବୃହତ ସମ୍ପତି ଅଟେ । ଏଥିରେ ଭାରତୀୟ ଇସ୍ପୋର୍ଟସ ଖେଳାଳୀମାନଙ୍କ ପାଇଁ ଏକ ଜାତୀୟସ୍ତରୀୟ ର‌୍ୟାଙ୍କିଙ୍ଗ୍ ଏବଂ ପୁରସ୍କାର ବ୍ୟବସ୍ଥା ମଧ୍ୟ ରହିବ ଯାହାକି ଟପ୍ ଟୁର୍ଣ୍ଣାମେଂଟଗୁଡ଼ିକରେ ସେମାନଙ୍କର ଦୀର୍ଘ ବର୍ଷର ପ୍ରଦର୍ଶନ ଉପରେ ଆଧାରିତ ଏବଂ ଏହାକୁ ସମସ୍ତ ପ୍ରତିଯୋଗୀମାନଙ୍କ ପାଇଁ ଏକ ପଏଂଟ ତାଲିକା ସୃଷ୍ଟି କରିବା ପାଇଁ ଏକ ଆଧାର ଭାବେ ବ୍ୟବହାର କରାଯିବ ।

ଏୟାରଟେଲ ଇଣ୍ଡିଆ ଇସ୍ପୋର୍ଟସ୍‌, ପ୍ରାରମ୍ଭରୁ ପବ୍‌ଜି ମୋବାଇଲ, ସିଏସ:ଜିଓ, କ୍ଲାସ ଅଫ କ୍ଲାନ୍ସ, ଫିଫା ଇତ୍ୟାଦି ସମସ୍ତ ଗେମିଙ୍ଗ ଟାଇଟେଲଗୁଡ଼ିକରେ ସମସ୍ତ ନଡ୍‌ୱିନ ଟୁର୍ଣ୍ଣାମେଂଟଗୁଡ଼ିକୁ ଅନ୍ତର୍ଭୁକ୍ତ କରିବ । ଏହି କଭରେଜ ସମସ୍ତ ଆଇକନିକ ନଡ୍‌ୱିନ ଟୁର୍ଣ୍ଣାମେଂଟ ଯଥା ଦ ଇଣ୍ଡିଆ ପ୍ରାଇମର୍‌ସିପ ବାଏ ନଡ୍‌ୱିନ, ଡ୍ରିମହ୍ୟାକ ଇଣ୍ଡିଆ, ଦ ନର୍ଥଇଷ୍ଟ କପ, କେଓ ନାଇଟ୍ସ ଏବଂ ପ୍ୟାନ ଫେସ୍ଟ ଆଦିକୁ ମଧ୍ୟ ସଂପ୍ରସାରିତ ହେବ । ଏହା ମଧ୍ୟ ନଡ୍‌ୱିନ ପରିଚାଳିତ ଟୁର୍ଣ୍ଣାମେଂଟ ଯେପରିକି ଭାରତରେ ପବ୍‌ଜି ପ୍ରୋଲିଗକୁ ମଧ୍ୟ ଅନ୍ତର୍ଭୁକ୍ତ କରିବ । ଏକ ଆୱାର୍ଡ କାର୍ଯ୍ୟକ୍ରମରେ ପ୍ରମୁଖ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧିତ କରିବା ଏବଂ ବିଜେତାମାନଙ୍କୁ ପୁରସ୍କୃତ କରିବା ପାଇଁ ବାର୍ଷିକ ଟୁରର ଶେଷସୀମା ପରେ ସମସ୍ତ ଗେମଗୁଡ଼ିକର ଫାଇନାଲ ଲିଡର ବୋର୍ଡର ଉପସ୍ଥାପନା କରାଯିବ । ଏୟାରଟେଲ ଇଣ୍ଡିଆ ଇସ୍ପୋର୍ଟସ୍ ଟୁର୍‌ର ବ୍ରଡକାଷ୍ଟ ଏୟାରଟେଲର ଡିଜିଟାଲ ପ୍ଲାଟଫର୍ମଗୁଡ଼ିକରେ ଉପଲବ୍ଧ ହୋଇଯିବ ଏବଂ ଏହି ବିକଶିତ ଫର୍ମାଟକୁ ନୂଆ ଦର୍ଶକଙ୍କ ନୀକଟରେ ପହଂଚାଇବାରେ ସାହାଯ୍ୟ କରିବ ।

ଏହା ସମ୍ପର୍କରେ ଆଦର୍ଶ ନାୟର, ଚିଫ ପ୍ରଡକ୍ଟ ଅଫିସର, ଭାରତୀ ଏୟାରଟେଲ କହିଛନ୍ତି ଯେ, “ଗେମିଙ୍ଗ ହେଉଛି ମନୋରଞ୍ଜନର ପରବର୍ତୀ ସୀମା ଏବଂ ଦେଶରେ ଇ-ସ୍ପୋର୍ଟସ୍‌ର ସମ୍ଭାବ୍ୟତାକୁ ଉନ୍ମୁକ୍ତ କରିବା ପାଇଁ ନଡୱିନ ସହିତ ଆମର ସହବନ୍ଧିତାର ଘୋଷଣା ଆମକୁ ବିଶେଷ ଆନନ୍ଦ ପ୍ରଦାନ କରିଛି ।” “ଦଳ ଏବଂ ଖେଳାଳୀମାନେ ବର୍ତମାନ ବର୍ଷରେ ଥରେ ହେଉଥିବା ଷ୍ଟାଣ୍ଡଏଲୋନ ଟୁର୍ଣ୍ଣାମେଂଟଗୁଡ଼ିକ ଉପରେ ଧ୍ୟାନକେନ୍ଦ୍ରିତ କରିବା ପରିବର୍ତେ ବର୍ଷସାରା ପ୍ରଦର୍ଶନ କରିବାକୁ ଚାହିଁ ରହିବେ ।” ବୋଲି ଅକ୍ଷତ ରାଠୀ, ପ୍ରତିଷ୍ଠାତା ଏବଂ ଏମଡି, ନଡୱିନ କହିଛନ୍ତି ।