Odia News Portal

କୁରକୁରେ, ଅଙ୍କଲ ଚିପ୍ସ ଓ ଲେଜ୍‌ କିଣିଲେ ମିଳିବ ୨ଜିବି ୪ଜି ଡାଟା

ସ୍ମାର୍ଟଫୋନ୍‌ରେ ଅଧିକ ନେଟ୍‌ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଯଦି ଆପଣ ଅଧିକ ନେଟ୍‌ ବ୍ୟବହାର କରୁଛନ୍ତି ତେବେ ରିଚାର୍ଜ ନ କରି ମାର୍କେଟରୁ ଚିପ୍ସ କିଣନ୍ତୁ। କାରଣ ଚିପ୍ସ କମ୍ପାନୀ ଏବେ ମାଗଣାରେ ଦେଉଛି ଡାଟାପ୍ଲାନ୍‌। ଠିକ୍‌ ପଢ଼ିଲେ ଆପଣ। ଏୟାରଟେଲ ଏବେ ଗ୍ରାହକଙ୍କ ପାଇଁ ଏକ ସୁନ୍ଦର ତଥା ମନଲୋଭା ଅଫର ନେଇ ଆସିଛି। ଏୟାରଟେଲ ତରଫରୁ ଦିଆଯାଉଥିବା ଏହି ଅଫରରେ କୁରକୁରେ, ଲେଜ୍‌, ଡରିଟୋଜ୍‌ ଓ ଅଙ୍କଲ ଚିପ୍ସ କିଣିଲେ ଗ୍ରାହକଙ୍କୁ ୨ ଜିବି ପର୍ଯ୍ୟନ୍ତ ଡାଟା ମିଳିବ। କମ୍ପାନୀ ତରଫରୁ ଏହି ଅଫର ଏୟାରଟେଲ ଓ ପେପ୍‌ସିକୋ ଇଣ୍ଡିଆ ମଧ୍ୟରେ ଚୁକ୍ତି ଯୋଗୁ ଦିଆଯାଉଛି।

ସେପ୍ଟେମ୍ବର ୧ ରୁ କୁରକୁରେ, ଲେଜ୍‌, ଡରିଟୋଜ୍‌ ଓ ଅଙ୍କଲ ଚିପ୍ସ କିଣିଲେ ଏୟାରଟେଲ ପ୍ରିପେଡ୍‌ ଗ୍ରାହକଙ୍କୁ ୨ ଜିବି ପର୍ଯ୍ୟନ୍ତ ମାଗଣା ୪ଜି ଡାଟା ମିଳିବ। ୧୦ ଟଙ୍କିଆ ଓ ୨୦ ଟଙ୍କିଆ ପ୍ୟାକେଟ୍‌ କିଣିଲେ ଗ୍ରାହକଙ୍କୁ ୪ଜି ଡାଟା ମିଳିବ। ୧୦ ଟଙ୍କିଆ ପ୍ୟାକେଟ୍‌ରେ ୧ଜିବି ଓ ୨୦ ଟଙ୍କିଆ ପ୍ୟାକେଟ୍‌ରେ ୨ ଜିବି ଡାଟା ମିଳିବ।

ତେବେ କମ୍ପାନୀ ତରଫରୁ ମିଳୁଥିବା ଏହି ଅଫରର ଲାଭ ଗୋଟିଏ ମୋବାଇଲ ନମ୍ବରରେ ମାତ୍ର ୩ ଥର ହିଁ ଉଠାଇ ହେବ। ଏହି ଅଫର ୩୧ ଜାନୁଆରୀ ୨୦୨୧ ଯାଏଁ ବୈଧ ରହିବ। ମାଗଣା ଡାଟା ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ପ୍ୟାକେଟ୍‌ରେ ଦିଆଯାଉଥିବା ଭାଉଚର କୋଡ୍‌କୁୁ ଏୟାରଟେଲ ଥ୍ୟାଙ୍କସ ଆପ୍‌ର My Coupons ରେ ଭରିବାକୁ ପଡ଼ିବ।