Odia News Portal

ସାଂସଦ ଅପରାଜିତାଙ୍କ ଗାଡିକୁ ଅଣ୍ଡାମାଡ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ ।ବାଲିପାଟଣା ଥାନା ସରିପୁର ଛକ ନିକଟରେ ରାସ୍ତାରେ ସାଂସଦଙ୍କ ଗାଡିକୁ ଅଣ୍ଡା ମାଡ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଏହା ସହ ସାଂସଦଙ୍କୁ କଳାପତାକା ମଧ୍ୟ ଦେଖାଇଛନ୍ତି ଛାତ୍ର କଂଗ୍ରେସ ।

ବନମାଳିପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାଂସଦ ଯାଉଥିଲେ । ଠିକ୍‌ ଏହି ସମୟରେ ଯୁବ କଂଗ୍ରେସଙ୍କ ପକ୍ଷରୁ  ଅଣ୍ଡା ମାଡ ହୋଇଛି । ପେଟ୍ରୋଲ୍ , ଡିଜେଲ୍‌ ଏବଂ  ଗ୍ୟାସ୍ ଦର ବୃଦ୍ଧିକୁ ବିରୋଧ କରିଛି କଂଗ୍ରେସ | ମାତ୍ର ଦର ବୃଦ୍ଧି ନେଇ ସାଂସଦ ଅପରାଜିତାଙ୍କ ମୌନକୁ ବିରୋଧ କରାଯାଇଥିବା ଛାତ୍ର କଂଗ୍ରେସ ସଂପାଦକ ସନ୍ଦିପ ରାଉତରାୟ ସୂଚନା ଦେଇଛନ୍ତି ।