Odia News Portal

ଭାରତର ପ୍ରକୃତ ବନ୍ଧୁ କଲା ସାହାଯ୍ୟ

ନୂଆଦିଲ୍ଲୀ: ଭାରତର ପ୍ରକୃତ ବନ୍ଧୁ କଲା ସାହାଯ୍ୟ । ରୁଷ୍‌ ଆଜି ଦୁଇଟି ବିମାନରେ ଭାରତ ପାଇଁ ମାନବୀମୟ ସହାୟତା ପ୍ରେରଣ କରିଛି। ସାମ୍ପ୍ରତିକ କୋଭିଡ୍‌ ବିରୋଧୀ ସଂଗ୍ରାମରେ ଏହି ସାମଗ୍ରୀଗୁଡ଼ିକ ଭାରତକୁ ସାହାଯ୍ୟ କରିବ।

ବିମାନ ଦୁଇଟି ଗନ୍ତବ୍ୟ ପଥରେ ଯାତ୍ରା କରୁଥିବା ବେଳେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍‌‌ ଯୋଗେ ଭାରତରେ କୋଭିଡ୍‌-୧୯ ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ।

ଏ ସଂକ୍ରାନ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଭାରତବାସୀ ଓ ଭାରତ ସରକାରଙ୍କ ପ୍ରତି ରାଷ୍ଟ୍ରପତି ପୁତିନ୍‌ ସହଯୋଗ ବ୍ୟକ୍ତ କରି ଜଣାଇଛନ୍ତି ଯେ, ଏ ବାବଦରେ ରୁଷ୍‌ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁତିନ୍‌ଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଗୁରୁତ୍ବାରୋପ କରି କହିଲେ ଯେ, ଭାରତ ପାଇଁ ରୁଷ୍‌ର ଏହି ତ୍ବରିତ ସହାୟତା ହେଉଛି ଆମ ପୁରାତନ ବନ୍ଧୁତ୍ବର ସଙ୍କେତ।