Odia News Portal

ଲକଡାଉନ ବେଳେ ଜିଓର ବଡ ଘୋଷଣା

ଲକ ଡାଉନ କାରଣରୁ ଅଧିକାଂଶ ଲୋକଙ୍କୁ ପୁରା ଦିନ ନିଜ ଘରେ ହିଁ ରହିବାକୁ ପଡୁଛି । ଅନ୍ୟ ପକ୍ଷରେ କେତେକ ଲୋକଙ୍କୁ ନିଜ ଘରୁ ହିଁ ଅଫିସ କାମ କରିବାକୁ ପଡୁଛି । ଏହି ସମୟରେ ସବୁଠୁ ବଡ ଅସୁବିଧା ହେଉଛି ଇଣ୍ଟରନେଟ ସୁବିଧାକୁ ନେଇ । ମାତ୍ରାଧିକ ବ୍ୟବହାର କାରଣରୁ ସମୟ ପୂର୍ବରୁ ହିଁ ଡାଟା ସରିଯାଉଛି । ଯାହା ଫଳରେ ଲୋକଙ୍କୁ ଅନେକ ହଇରାଣ ହରକତର ସାମ୍ନା କରିବାକୁ ପଡୁଛି । ଏହି ଅସୁବିଧାକୁ ଆଖି ଆଗରେ ରଖି ଜିଓ କମ୍ପାନୀ ଅନେକ ଡାଟା ଭାଉଚର୍ସକୁ ବଜାରରେ ଲଞ୍ଚ କରିଛି । ଯେଉଁ ଥିରେ ୟୁଜର୍ସଙ୍କୁ କମ ଦରରେ ଅଧିକ ଡାଟା ସୁବିଧା ମିଳିପାରିବ । ତେବେ ଆସନ୍ତୁ ୪ ଜି ଡାଟା ଭାଉଚର୍ସ ଉପରେ ଏକ ନଜର ପକାଇବା ।

ଜିଓ କମ୍ପାନୀ:
ଉପଭୋକ୍ତା ମାନଙ୍କୁ ଜିଓର ୨୧ଟଙ୍କିଆ ରିଚାର୍ଜ ଭାଉଚରରେ ସମୁଦାୟ ୨ ଜିବି ଡାଟାର ସୁବିଧା ମିଳିପାରିବ । ଏହା ସହ କମ୍ପାନୀ ୨୦୦ ନନ- ଜିଓ କଳିଙ୍ଗର ସୁବିଧା ବି ଦେଉଛି । ଯେବେକି ଉପଭୋକ୍ତା ମାନଙ୍କୁ ଜିଓର ୫୧ ଟଙ୍କିଆ ରିଚାର୍ଜ ଭାଉଚରରେ ୬ ଜିବି ଡାଟା ସୁବିଧା ମିଳିବ ।