Odia News Portal

ରିଲାଏନ୍ସ ଜିଓର ବଡ ଘୋଷଣା, ଏଣିକି ATMରୁ କରିପାରିବେ ଫୋନ୍ ରିଚାର୍ଜ

ନୁଆଦିଲ୍ଲୀ () ରିଲାଏନ୍ସ ଜିଓ ଘୋଷଣା କରିଛି କି ଏବେ ୟୁଜର୍ସ ଏଟିଏମରୁ ମୋବାଇଲ ରିଚାର୍ଜ କରିପାରିବେ । କମ୍ପାନୀ କହିଛି କି ଜିଓ ସିମ୍ ୟୁଜର୍ସ ନିଜ ନିକଟସ୍ଥ ଏଟିଏମକୁ ଭିଜିଟ୍ କରି ଫୋନ୍ ରିଚାର୍ଜ କରିପାରିବେ ।

ରିଲାଏନ୍ସ ଜିଓ ଏହି ସର୍ଭିସ୍ ପାଇଁ ସମୁଦାୟ ୯ ବ୍ୟାଙ୍କ୍ସ ସହିତ ପାର୍ଟନରସିପ୍ କରିଛି । ଏଥିରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ସାମିଲ ଅଛି । କହିରଖୁଛୁ ସାରା ଦେଶରେ ଏସବିଆଇର ଏଟିଏମ ସବୁଠାରୁ ଅଧିକ ଅଛି । ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଟ୍ୱିଟରରେ କମ୍ପାନୀ କହିଛି କି ଏହି ଲକଡାଉନକୁ ନଜରରେ ରଖି ଏମିତି କରାଯାଇଛି । ଏବେ ସାରା ଦେଶରେ କରୋନା ମୁକାବିଲା ପାଇଁ ୨୧ ଦିନ ଲକଡାଉନ୍ କରାଯାଇଛି । ତେଣୁ କମ୍ପାନୀକୁ ଲାଗୁଛି କି କିଛି ୟୁଜର୍ସ ଲକଡାଉନ୍ ଯୋଗୁଁ ମୋବାଇଲ୍ ରିଚାର୍ଜ କରିପାରୁ ନାହାଁନ୍ତି ।

ରିଚାର୍ଜ କରିବାର ଉପାୟ
ଏଟିଏମକୁ ଯାଇ ନିଜ କାର୍ଡ ସ୍ୱାଇପ୍ କରନ୍ତୁ ।
ଏହା ପରେ ଆପଣଙ୍କୁ ରିଚାର୍ଜ ଅପ୍ସନ ଚୟନ କରିବାକୁ ପଡିବ ।
ରିଚାର୍ଜ ଅପ୍ସନ ସିଲେକ୍ଟ କରିବା ପରେ ନିଜ ଜିଓ ନମ୍ବର ଏଣ୍ଟର କରିବାକୁ ପଡିବ ।
କାର୍ଡ ଆକ୍ସେସନ୍ ପାଇଁ ୪ ଅଙ୍କର ପିନ୍ ଦେବାକୁ ପଡିବ ।
ଏବେ ଆପଣ ଯେତେ ଟଙ୍କାର ରିଚାର୍ଜ କରିବାକୁ ଚାହିଁବେ ରେଜିଷ୍ଟର କରିବାକୁ ପଡିବ ।
ସ୍କ୍ରିନରେ ରିଚାର୍ଜ କନଫର୍ମେସନ ମେସେଜ ନଜର ଆସିବ ।
ପଇସା ସିଧା ଆପଣଙ୍କୁ ଆକାଉଣ୍ଟରୁ କଟିବ ।

ନିମ୍ନ ଲିଖିତ ଏଟିଏମକୁ ଯାଇ ଆପଣ ନିଜ ଜିଓ ରିଚାର୍ଜ କରିପାରିବେ
SBI, HDFC Bank, AXIS Bank, IDBI Bank, CITI Bank, DCB Bank, AUF Bank, Standard Charter Bank