Odia News Portal

ଜିଓ ଛାଡିଲା ହାତ,ଏବେ ଫ୍ରି କଲ ସୁବିଧା ଦେବେ ଏହିସବୁ କମ୍ପାନୀ

ବୁଧବାର ଜିଓ ଅନ୍ୟ ନେଟ୍‌ଓ୍ଵାର୍କକୁ କଲ୍‌ କରିବାକୁ ହେଲେ ଅର୍ଥ ଦେବାକୁ ଘୋଷଣା କରିଥିଲା। ଏହି ଘୋଷଣା ପରେ ଏବେ ଗ୍ରାହକ ଜିଓ ନେଟ୍‌ଓ୍ଵାର୍କକୁ ଗୁଡ୍‌ ବାଏ କହିବାକୁ ସଜବାଜ ହେଉଥିବା ବେଳେ ଗ୍ରାହକଙ୍କୁ ଟିକେ ଆଶ୍ୱସ୍ତ କରିଛନ୍ତିି ଭୋଡାଫୋନ୍‌-ଆଇଡିଆ।

ଗୁରୁବାର ଭୋଡାଫୋନ୍‌ ଆଇଡିଆ ଲିମିଟେଡ୍‌(VIL) IUC କୁ ନେଇ ବଡ଼ ଘୋଷଣା କରିଛି। ଭୋଡାଫୋନ୍‌-ଆଇଡିଆ କହିଛି ଯେ ସେ ଗ୍ରାହକଙ୍କଠାରୁ ଅନ୍ୟ ନେଟଓ୍ଵାର୍କକୁ କଲ୍‌ କରିବା ପାଇଁ କୌଣସି ଅଲଗା ଚାର୍ଜ କରିବ ନାହିଁ। କମ୍ପାନୀ ଟ୍ଵିଟ୍‌ କରି ଏହି ସୂଚନା ଦେଇଛି।

କମ୍ପାନୀର କହିବାନୁସାରେ, ଗ୍ରାହକଙ୍କୁ ଅନ୍ୟ ନେଟ୍‌ଓ୍ଵାର୍କକୁ କଲ୍‌ କରିବା ପୂର୍ବରୁ ଚିନ୍ତା କରିବାକୁ ପଡ଼ୁ ବୋଲି ସେ ଚାହୁଁନାହାନ୍ତି। ଏଣୁ ଭୋଡାଫୋନ୍‌-ଆଇଡିଆ ତରଫରୁ ଗ୍ରାହକଙ୍କୁ ଅନ୍‌ ନେଟ୍‌କଲ ସହ ଅଫ ନେଟ୍‌କଲ ମାଗଣାରେ ଦିଆଯିବ। ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବନାହିଁ।