Odia News Portal

ଶସ୍ତା ହେଲା ସୁନା ରୂପା, ଆସନ୍ତୁ ଜାଣିବା …

ଭୁବନେଶ୍ୱର : ସୁନା କ୍ରେତାଙ୍କ ପାଇଁ ଖୁସି ଖବର । ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇଛି । ନିକଟରେ ସୁନା ଦର ବୃଦ୍ଧି ପାଇ ଆକାଶ ଛୁଆଁ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ଆଜି ବଜାରରେ ୧୦ଗ୍ରାମ ସୁନା ମୂଲ୍ୟରେ ୫୦ଟଙ୍କା ହ୍ରାସ ପାଇଛି ।

ସୁନା ୧୦ଗ୍ରାମ ପିଛା ୫୦ଟଙ୍କା କମ ହୋଇ ୩୫,୭୨୦ ହୋଇଛି । ସେହିପରି ରୂପା ମୂଲ୍ୟରେ ମଧ୍ୟ ୧୦୦ଟଙ୍କା ହ୍ରାସ ପାଇ କିଲୋ ପିଛା ୪୧,୯୦୦ରେ ପହଂଚିଛି । ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟ ବର୍ତ୍ତମାନ ସ୍ଥିର ରହିଛି । ଆମେରିକାରେ ଫେଡ଼େରାଲ ଓପନ ମାର୍କେଟ କମିଟି ବୈଠକ ପରେ ସୁନା ଦର ଉପରେ ନିଷ୍ପତି ନିଆଯିବ ।

ଅଲ ଇଣ୍ଡିଆ  ସର୍ରାଫା ଆସୋସିଏସନ ମୁତାବକ, ଦିଲ୍ଲୀର ସର୍ରାଫା ବଜାରରେ ୯୯.୯ ପ୍ରତିଶତ ଏବଂ ୯୯.୫ ପ୍ରତିଶତ ସୁଦ୍ଧତା ସୁନାର ମୂଲ୍ୟ ଯଥାକ୍ରମେ ୫୦-୫୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୩୫,୭୨୦ ଟଙ୍କା ଏବଂ ୩୫,୫୫୦ ଟଙ୍କା ରହିଛି।