Odia News Portal

ଭାରତ ପରେ ଏହି ଦେଶରେ ବନ୍ଦ ହେବ ଟିକ୍‌ଟକ୍‌

ସର୍ଟ ଭିଡିଓ ମେକିଂ ଆପ୍‌ ଟିକ୍‌ଟକ୍‌ ହଂକଂରେ କାମ ବନ୍ଦ କରିବାକୁ ଘୋଷଣା କରିଛି। ଚୀନୀ ସରକାରଙ୍କ ତରଫରୁ ହଂକଂରେ ଲାଗୁ ହୋଇଥିବା ଜାତୀୟ ସୁରକ୍ଷା ଆଇନ୍‌ ଯୋଗୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ ଯେ ଏହି ନୂଆ ଆଇନ୍‌ ଲାଗୁ ହେବା ପରେ ସମସ୍ତ ଟିକ୍‌ଟକ୍‌ କମ୍ପାନୀକୁ ହଂକଂ ୟୁଜରଙ୍କ ଡାଟା ଚୀନ୍‌ ସରକାରଙ୍କୁ ଦେବାକୁ ପଡ଼ିବ। ଅନ୍ୟପଟେ ଟ୍ଵିଟର ଓ ଫେସ୍‌ବୁକ୍‌ ଭଳି କେତେକ ବଡ଼ କମ୍ପାନୀ ମଧ୍ୟ ଚୀନ୍‌ ସରକାରଙ୍କ ସହ ୟୁଜରଙ୍କ ଡାଟା ସେୟାର କରିବାକୁ ମନା କରିଦେଇଛନ୍ତି।

ଏନେଇ କେବିନ୍‌ ମେୟର କହିଛନ୍ତି ଯେ ଟିକ୍‌ଟକ୍‌ ଚୀନୀ କମ୍ପାନୀ ହୋଇଥିଲେ ମଧ୍ୟ ଚୀନ୍‌ରେ ଉପଲବ୍ଧ ନାହିଁ। ଚୀନ୍‌ କମ୍ପାନୀ କେବେ ବି ଡାଟା ମାଗେ ନାହିଁ। ତେବେ ମେୟରଙ୍କ କଥା ଯଦି ସତ ହୁଏ ତେବେ ଟିକ୍‌ଟକ୍‌ ଚୀନ୍‌ର ହୋଇଥିଲେ ମଧ୍ୟ କେବଳ ଗ୍ଲୋବାଲ ୟୁଜରଙ୍କୁ ବାନ୍ଧି ରଖିବା ପାଇଁ ଚୀନ୍‌ ଏହାକୁ ବଜାରକୁ ଛାଡ଼ିଛି। ମାତ୍ର ନିଜ ଦେଶରେ ବ୍ୟବହାର କରୁନାହିଁ।