Odia News Portal

ଷେଣ୍ଢ ପଡ଼ିଆ ହତ୍ୟା ଘଟଣାର ପର୍ଦାଫାସ

କଟକ: ଗତ ୨୪ ତାରିଖ ଦିନ ଚୌଦ୍ୱାର ଷେଣ୍ଢ ପଡ଼ିଆରେ ହତ୍ୟା ଘଟଣାର ପର୍ଦାଫାସ କରିଛି କଟକ କମିଶନରେଟ ପୋଲିସ । ପୂର୍ବ ଶତ୍ରୁତାରୁ ବିଭିସାନ ସିଂହଙ୍କୁ ତିନିଜଣ ଅଭିଯୁକ୍ତ କାଠ ଫଳିଆରେ ପିଟିବା ସହ ଗୁଳି ମାଡ କରି ହତ୍ୟା କରିଥିଲେ । ଚୌଦ୍ୱାର ପୋଲିସ ହତ୍ୟା ଘଟଣାର ତଦନ୍ତ କରି ତିନିଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡ ରେ ବ୍ୟବହୃତ କାଠ ଓ ବନ୍ଧୁକ କୁ ଜବତ କରିଛି। ଅଭିଯୁକ୍ତମାନେ ହତ୍ୟା କରିବା ପରେ ବାଇକରେ ଫେରାର ହୋଇଯାଇଥିଲେ । ବାଇକକୁ ମଧ୍ୟ ଜବତ କରିଛି ପୋଲିସ।