Odia News Portal

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଦେବଗଡ଼ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଦେବଗଡ଼ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ମହାତୋ। ଜଣେ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ ଠିକାଦାର ଦିଲୀପ କୁମାର ପାଢ଼ୀଙ୍କ ବିଲ୍ ପାସ୍ କରାଇ ଦେବାକୁ ରୀବନ୍ଦ୍ର କୁମାର ମହାତୋ ୨୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏ ସଂପର୍କରେ ଭିଜିଲାନ୍ସ ଡିଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ ଦିଲୀପ। ପୂର୍ବ ଯୋଜନା ଅନୁଯାୟୀ ଗତକାଲି ସଂଧ୍ୟାରେ ନିର୍ବାହୀ ଯନ୍ତ୍ରୀଙ୍କୁ ଧରିବାକୁ ଜାଲ ବିଛା ଯାଇଥିଲା। ରାସାୟନିକ ପ୍ରଲେପ ବୋଳା ହୋଇଥିବା ନୋଟ୍ ଦିଲୀପଙ୍କଠାରୁ ନେବା ବେଳେ ରବୀନ୍ଦ୍ର କୁମାର ମହାତୋଙ୍କୁ ଧରିଥିଲା ଭିଜିଲାନ୍ସ। ତାଙ୍କ ସରକାରୀ ବାସଭବନରେ ମଧ୍ୟ ରେଡ୍ କରାଯାଇଛି।