Odia News Portal

ଗୁଣିଗାରେଡି ସନେ୍ଦହରେ ୫ଜଣଙ୍କୁ ହତ୍ୟା

ଗୁଣିଗାରେଡି ଯୋଗୁଁ ସୁନ୍ଦରଗଡ଼ କୋଇଡ଼ାରେ ୫ଜଣଙ୍କୁ ହତ୍ୟା। ଏନେଇ ସୂଚନା ଦେଇଛନ୍ତି ଡିଆଇଜି କବିତା ଜଲାନ୍। ଗଭୀର କୂଅରୁ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ କିଏ ହତ୍ୟା କଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି। ପୋଲିସ ୬ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଯାଞ୍ଚ ଚଳାଇଛନ୍ତି।
ଗତକାଲି ସୁନ୍ଦରଗଡ଼ ଜିଲ୍ଲା ବଣାଇର ସାନଇନ୍ଦୁପୁର ଗାଁର ଏକ କୂଅ ଭିତରୁ ମାଆ ଓ ଚାରି ଛୁଆଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକମାନେ ହେଲେ ସାନଇନ୍ଦୁପୁର ଗାଁର ସୁଦାମ ମୁଣ୍ଡାଙ୍କ ସ୍ତ୍ରୀ ମାଙ୍ଗିରି ମୁଣ୍ଡା, ଝିଅ ମାର, ରଇବାରି ଓ ଦୁଇ ପୁଅ ଟେକଲା, ଚାମରା। ଗତକାଲି ସୁଦାମ ଘରକୁ ଫେରି ସ୍ତ୍ରୀ ଓ ଛୁଆଙ୍କୁ ପାଇନଥିଲେ। ଘରେ ରକ୍ତଛିଟା ପଡିଥିବା ଦେଖି ସୁଦାମ ପୋଲିସକୁ ଖବର ଦେଇଥିଲେ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତନାଘନା ଆରମ୍ଭ କରିଥିଲା। ଏହାପରେ କୂଅ ଭିତରୁ ମା ଓ ଛୁଆ ମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମାଙ୍ଗିରି ମୁଣ୍ଡା ସୁଦାମଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କ ପ୍ରଥମ ସ୍ୱାମୀଙ୍କର ବର୍ଷେ ତଳେ ମୃତ୍ୟୁ ହୋଇଥିଲା। ସୁଦାମଙ୍କୁ ବିବାହ କରିବା ଆଗରୁ ମାଙ୍ଗିରିଙ୍କର ତିନିଟି ପିଲା ଥିଲେ।