Odia News Portal

ରାଜନୈତିକ କାରଣରୁ ହତ୍ୟାକାଣ୍ଡ !

ସସ୍ପେନ୍ସରେ ରାଷ୍ଟ୍ରପତି ବେହେରାଙ୍କ ମୃତ୍ୟୁ ଘଟଣା। ଦୁର୍ଘଟଣା ନାଁ ହତ୍ୟା ତାହାର ପର୍ଦାଫାସ ହୋଇନଥିବା ବେଳେ ନିର୍ବାଚନ ସମୟରେ ତାଙ୍କ ମୃତ୍ୟୁ କୁ ନେଇ ପରିବାର ଲୋକ କରିଛନ୍ତି ଅଭିଯୋଗ କରିଛନ୍ତି ଯେ, ଏହା ଏକ ହତ୍ୟାକାଣ୍ଡ । ଶୋକାକୁଳ ପରିବେଶ ମଧ୍ୟରେ ରାଷ୍ଟ୍ରପତି ବେହେରାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ବେଳେ। ବିଭିନ୍ନ ଦଳର ନେତା ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଉଛନ୍ତି। ଶୁକ୍ରବାର ନବୀନ ନିବାସରେ ଏକ ମିଶ୍ରଣ ପର୍ବରେ ଯୋଗ ଦେବା ସହ ରାଷ୍ଟ୍ରପତିଙ୍କ ତାଙ୍କ ପୁତୁରାଙ୍କୁ ବିଜେଡିରେ ସାମିଲ କରିବା ପାଇଁ ଭୁବନେଶ୍ବର ଆସୁଥିଲେ। ହେଲେ ରାସ୍ତାରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେଲା ।

ଦୁର୍ଘଟଣା ନା ହତ୍ୟା। ବଲାଙ୍ଗୀର ବଙ୍ଗୋମୁଣ୍ଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ରାଷ୍ଟ୍ରପତି ବେହେରାଙ୍କ ମୃତ୍ୟୁକୁ ନେଇ ଏବେ ଏମିତି ଅନେକ ପ୍ରଶ୍ନ ଉଠୁଛି ।

ଗୁରୁବାର ରାତିରେ ସିଆଲଝୁରି ନିକଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ରାଷ୍ଟ୍ରପତି ବେହେରା। ରାଷ୍ଟପତି ତାଙ୍କ ପୁତୁରା ସଂଜୟ ଏବଂ ତାଙ୍କର ସମର୍ଥକଙ୍କୁ ବିଜେଡିରେ ମିଶାଇବା ପାଇଁ ଭୁବନେଶ୍ବର ଯାଉଥିଲେ। ଶୁକ୍ରବାର ନବୀନ ନିବାସରେ ମିଶ୍ରଣ ପର୍ବରେ ଯୋଗ ଦେଇଥାନ୍ତେ। ୪ଟି ଗାଡି ଏକା ସଙ୍ଗରେ ଯାଉଥିବା ବେଳେ ଏକ ହାଇଓ୍ବା ଟ୍ରକ ବାମ ପଟରୁ କେବଳ ରାଷ୍ଟ୍ରପତି ବେହେରାଙ୍କ ଗାଡିକୁ କାହିଁକି ଧକ୍କା ଦେଲା । ଜାଣି ଶୁଣି ଦୁର୍ଘଟଣା ଘଟାଯାଇନାହିଁ ତ । ରାଷ୍ଟ୍ରପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଜଣେ ଲୋକପ୍ରିୟ ନେତାଙ୍କୁ ହରାଇ ବଙ୍ଗୋମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତେବେ ଯଦି ଏହା ଏକ ହତ୍ୟାକାଣ୍ଡ, ତେବେ କିଏ ସେହି ଷଡ଼ଯନ୍ତ୍ରକାରୀ ? କାହିଁ କି ସେ ରାଷ୍ଟ୍ରପତି ବେହେରାଙ୍କୁ ଦୁର୍ଘଟଣାର ମୋଡ଼ ଦେଇ ହତ୍ୟା କଲେ ? କେବଳ ରାଜନୈତିକ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ନାଁ ଏହା ପଛରେ ଆଉ କିଛି କାରଣ ରହିଛି ।