Odia News Portal

ବାରିପଦାରେ ଟ୍ରିପଲ ମର୍ଡର

ବାରିପଦା()  ବାରିପଦାରେ ଟ୍ରିପଲ ମର୍ଡର ହୋଇଛି । ଦୁଇ ସ୍ତ୍ରୀଙ୍କୁ ହାତୁଡ଼ିରେ ଛେଚି ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ ହେଲେ ଶ୍ୟାମ ଭାଟି ଓ ତାଙ୍କର ଦୁଇ ସ୍ତ୍ରୀ। ତାଙ୍କର ଦୁଇ ସ୍ତ୍ରୀ ଦୁଇ ଭଉଣୀ ମଧ୍ୟ ଥିଲେ। ଘର ବାହାର ଥିବା ଏକ ଗଛରୁ ସ୍ବାମୀର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବାବେଳେ ଘର ଭିତରୁ ଦୁଇ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଏ ଘଟଣା ଘଟିଥିବା ବେଳେ ଏହି ୩ ଜଣଙ୍କୁ ଅନ୍ୟ କେହି ହତ୍ୟା କରିଥିବା ନେଇ ଗାଁ ଲୋକେ ଚର୍ଚ୍ଚା କରୁଛନ୍ତି। ବାରିପଦା ଏସ୍ଡିପିଓ କହିଛନ୍ତି,“ଶ୍ୟାମ ଭାଟି ତାଙ୍କର ଦୁଇ ସ୍ତ୍ରୀଙ୍କୁ ମାରି ଦେଇ ନିଜେ ଆତ୍ମହତ୍ୟା କରିଥିବା ତାଙ୍କ ଶଳା ଆଜି ସକାଳେ ଥାନାରେ ରିପୋର୍ଟ କରିଛନ୍ତି।