Odia News Portal

ବ୍ୟାଗରେ କଟାମୁଣ୍ଡ ଧରି ଆତ୍ମସମର୍ପଣ

ସମ୍ବଲପୁର()  ଭାଇକୁ ହତ୍ୟା କଲା ସଂପର୍କୀୟ ବଡ଼ ଭାଇ। କଟାମୁଣ୍ଡ ଧରି ଥାନାରେ କଲା ଆତ୍ମସମର୍ପଣ । ଘଟଣାଟି ଘଟିଛି ସମ୍ବଲପୁର ସହରର ଅଇଁଠାପାଲ୍ଲୀଥାନା ନିକଟସ୍ଥ ଭାଲୁପାଲ୍ଲୀ ତିଲେଇମାଳ ଗାଁରେ ।ମୃତକ ହେଲେ ୫୦ ବର୍ଷୀୟ ସତ୍ୟନାରାୟଣ ମୁଣ୍ଡା।

ସତ୍ୟନାରାୟଣ ମୁଣ୍ଡା ଗତକାଲି ରାତିରେ ଘର ବାହାରେ ଶୋଇଥିବା ବେଳେ ମଶାରୀ ଭିତରୁ ତାଙ୍କୁ ହତ୍ୟା କରି ତାଙ୍କ ମୁଣ୍ଡ କାଟି ନେଇଯାଇଥିଲା । ସକାଳୁ ପରିବାର ଲୋକ ସତ୍ୟନାରାୟଣଙ୍କ ଏଭଳି ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ।

ହତ୍ୟାକାରୀ ନେଇ ସସ୍ପେନ୍ସ ବେଳେ, ସନ୍ଦେହକୁ ଆସିଥିଲେ ସତ୍ୟନାରାୟଣଙ୍କର ଜଣେ ସଂପର୍କୀୟ କକା । କିଛି ଦିନ ତଳେ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ହତ୍ୟାକାଣ୍ଡ ପରଠୁ ଗାଁରେ ସେହି କକାଙ୍କ ଦେଖା ନଥିଲା । ପୋଲିସ ସେନେଇ ତଦନ୍ତ କରୁଥିବା ବେଳେ ମାତ୍ର କିଛି ଘଣ୍ଟା ଭିତରେ ସେହି ସନ୍ଦେହ ସତ ହୋଇଛି । କଟାମୁଣ୍ଡ ଧରି ଅଇଁଠାପାଲ୍ଲୀ ଥାନାରେ ପହଞ୍ଚିଥିଲା ହତ୍ୟାକାରୀ ଉଜ୍ଜଳ ମୁଣ୍ଡା । ଏକ ବ୍ୟାଗ୍ ଭିତରେ ଥିବା ସତ୍ୟାନାରାୟଣଙ୍କ କଟାମୁଣ୍ଡ ଥାନାରେ ରଖି ଦୋଷ ମାନିଯାଇଥିଲା ଉଜ୍ଜଳ । ଜମିଜମା କଳିରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ମାନିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ।
ହତ୍ୟାକାରୀ ଆପେ ଆପେ ଧରାଦେଇଥିଲେ ବି ତାର ଏପରି ବୀଭତ୍ସ କାଣ୍ଡ ଏବଂ ହତ୍ୟାର ତରିକାକୁ ନେଇ ସାଧାରଣରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଛି ।