Odia News Portal

କଳ୍ପନାଙ୍କ ପରିଚୟ କେମିତି ପାଇଲା ଛତିଶଗଡ ପୋଲିସ

ଛତିଶଗଡ() ଜଣେ ରାଜନେତା କିପରି ନରହନ୍ତା ସାଜିପାରେ ସେ ସମ୍ପପର୍କରେ ଗିରଫ ହୋଇଥିବା ଝାରସୁଗୁଡାର ପୂର୍ବତନ ବିଧାୟକ ଅନୁପ ସାଏଙ୍କର ପୋଲିସ ଆଗରେ ବୟାନରୁ ସ୍ପଷ୍ଟ ହୋଇଯାଇଛି । ନିଜେ ଅନୁପ ଆତତାୟୀ ସାଜି ନିଜର ପ୍ରେମିକା ଓ ତାର ୧୪ ବର୍ଷର ନାବାଳିକା ଝିଅକୁ ଅତି ଅମାନୁଷିକ ଭାବରେ ହତ୍ୟା କରିବା ଘଟଣା ଆଜି ଆଉ ଏକ ନୂଆ ମୋଡ ନେଇଛି । ଅନୁପ ର ବୟାନ ଓ ଛତିଶଗଡ ପୋଲିସର ତଦନ୍ତ ଆଧାରରେ ଅନୁପ ର ବିଶ୍ୱସ୍ଥ ଡ୍ରାଇଭର ବର୍ଦ୍ଧନ ଟପୋକୁ ପୋଲିସ ଗିରଫ କରିଛି ।

ହେଲେ ଏଠି ପ୍ରଶ୍ନ ଉଠେ କଳ୍ପନାଙ୍କ ପରିଚୟ କେମିତି ପାଇଲା ପୋଲିସ? ଓଡିଶା ଲିଙ୍କ କେମିତି ପାଇଲା ଛତିଶଗଡ ପୋଲିସ ?

୭ ମେ ୨୦୧୬ ତାରିଖରେ ଛତିଶଗଡ ଚକ୍ରଧରନଗର ଥାନା ହମିରପୁର ରାସ୍ତା ମା ସାକମ୍ବରୀ ପ୍ଲାଂଟ ନିକଟରୁ ମିଳିଥିଲା ଦୁଇଟି ଅଜ୍ଞାତ ମୃତଦେହ । ପାରିପାଶ୍ୱର୍ିକ ସ୍ଥିତିରୁ ଏମାନଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଥିଲା । କିନ୍ତୁ ପୋଲିସ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା ଏମାନଙ୍କ ପରିଚୟ । ଛତିଶଗଡ ପୋଲିସ କହିଛି ସେହି ଅଂଚଳରେ ଦେହଜୀବୀଙ୍କ କାରବାର ଅଧିକ ରହିଥିବାରୁ ପ୍ରଥମେ କୋଲକାତା ଓ ନାଗପୁର ଭଳି ସହରରେ ତଦନ୍ତ ଆଗେଇଥିଲା ।

ପରିଚୟ ପାଇବା ପାଇଁ ଛତିଶଗଡ ପୋଲିସକୁ ଲାଗିଗଲା ପ୍ରାୟ ଦେଢବର୍ଷ । ରାୟଗଡ ଏସପିଙ୍କ ସୂଚନା ଅନୁସାରେ ହତ୍ୟା ଭଳି ସମ୍ବେଦନଶୀଳ ମାମଲାରେ ଆଖପାଖ ରାଜ୍ୟର ଥାନା ଗୁଡିକୁ ମୃତକଙ୍କ ଫଟୋ ପଠାଯାଇଥାଏ । ଆଉ ସେହି ଫଟୋକୁ ଦେଖି ବ୍ରଜରାଜନଗର ଥାନାରେ କନେଷ୍ଟବଳ ଭାବେ କାର୍ୟ୍ୟରତ କଳ୍ପନାଙ୍କ ଜଣେ ସଂପର୍କୀୟ ଭାଇ ତାଙ୍କୁ ଚିହ୍ନିଥିଲେ ।