Odia News Portal

ପ୍ରେମିକାର ସ୍ୱାମୀକୁ ହତ୍ୟାକରି ଜେଲ ଗଲେ ଜବାନ

ଢେଙ୍କାନାଳ—ସେପ୍ଟେମ୍ବର ୩ ତାରିଖରେ ବହୁ ଚର୍ଚିତ ସୁନା ବ୍ୟବସାୟୀ ମଂଟୁ ପାତ୍ର ହତ୍ୟା ଘଟଣାରେ ବିଏସଏଫ ଜବାନ ସଂଜୟକୁ ଢେଙ୍କାନାଳ ପୋଲିସ ଆସାମର ଦିବ୍ରୁଗଡରୁ ଗିରଫ କରିଛି । ସେ ନେପାଳ ଆସାମ ସୀମାରେ ବିଏସଏଫ ଜବାନ ଭାବେ କାର୍ଯ୍ୟରତ ଥିଲା । ମଂଟୁ ପାତ୍ରର ପତ୍ନୀ ସହିତ ବିଏସଏଫ ଜବାନ ସଂଜୟ କୁମାରର ଫେସବୁକରୁ ପରିଚୟ ଓ ତାପରେ ପ୍ରେମ ସଂମ୍ପର୍କ ଗଢି ଉଠିଥିଲା । ମଂଟୁ ପାତ୍ରର ପତ୍ନୀ ଅରୁଣା ନିଜ ସ୍ୱାମୀକୁ ମାରିଦେଲେ ସେ ସଂଜୟ କୁମାକକୁ ବାହା ହେବ ବୋଲି କହିଥିଲା ଏବଂ ଆସାମୀ ସଂଜୟ କୁମାରକୁ ଢେଙ୍କାନାଳ ଡକାଇଥିଲା । ଅରୁଣାର ପ୍ରରୋଚନାରେ ସଂଜୟ କୁମାର ତାର ସ୍ୱାମୀ ମଂଟୁ ପାତ୍ରକୁ ଢେଙ୍କାନାଳର ମୀନା ବଜାର ସ୍ଥିତ ଭଡାଘରେ ନିର୍ମମ ଭାବେ ହାଣି ଦିନ ଦ୍ୟୁପ୍ରହରରେ ହତ୍ୟା କରିଥିଲା । ଏହି ଘଟଣା ଢେଙ୍କାନାଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା ।