Odia News Portal

ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତଙ୍କ ପରଲୋକ

ଗତବର୍ଷ ଦିବଙ୍ଗତ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଥିଲା । ତେବେ ଏହା ମଧ୍ୟରେ ମିହିରଙ୍କ ପରିବାରକୁ ପୁଣି ମାଡ଼ି ଆସିଛି ଆଉ ଏକ ବଡ଼ ଦୁଃଖ ଖବର । ମିହିରଙ୍କ ସାନ ପୁଅ ଅକ୍ଲାନ୍ତଙ୍କ ପରଲୋକ ଘଟିଛି । ଲିଭର ଜନିତ ସମସ୍ୟା କାରଣରୁ ସେ କିଛିଦିନ ଧରି ଏମ୍ସରେ ଚିକିତ୍ସିତ ଥିଲେ । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଅକ୍ଲାନ୍ତଙ୍କ ପରଲୋକ ଘଟିଥିବା ଜଣାପଡ଼ିଛି । ତେବେ ସମସ୍ତଙ୍କର ପ୍ରିୟ ଅଭିନେତା ମିହିରଙ୍କ ଶୂନ୍ୟସ୍ଥାନ ବର୍ତ୍ତମାନ ସୁଦ୍ଧା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନୁଭବ ହେଉଛି । ଏହା ମଧ୍ୟରେ ଅକ୍ଲାନ୍ତଙ୍କ ଅଚାନକ ମୃତ୍ୟୁ ତାଙ୍କର ପରିବାର ପାଇଁ ଆଣି ଦେଇଛି ଦାରୁଣ ଦୁଃଖ । ମିହିରଙ୍କ ବଡ଼ ପୁଅ ଓଡ଼ିଆ ଫିଲ୍ମ ଜଗତର ଜଣେ ଆଗଧାଡ଼ିର ଅଭିନେତା । ସେ ଅନେକ ଫିଲ୍ମରେ ଅଭିନୟ କରି ନିଜର ପ୍ରତିଭାର ପରାକାଷ୍ଠା ଦେଖାଇଛନ୍ତି । ତେବେ ସାନଭାଇକୁ ହରାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି ଅମ୍ଲାନ । କଟକର ସତୀ ଚଉରଠାରେ ଅକ୍ଲାନ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଓଡ଼ିଆ ଫିଲ୍ମ ଜଗତର କିମ୍ବଦନ୍ତୀ ଅଭିନେତା ମିହିରଙ୍କ ମୃତ୍ୟୁକୁ ଏହା ମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି । ଏହା ପୂର୍ବରୁ ମିହିରଙ୍କ ପତ୍ନୀ ସଙ୍ଗୀତଙ୍କ ପରଲୋକ ଘଟିଥିଲା । ଗତବର୍ଷ ଜାନୁଆରୀ ମାସ ୧୧ ତାରିଖରେ ୬୩ ବର୍ଷ ବୟସରେ ମିହିର ସବୁଦିନ ପାଇଁ ଆରପାରିକୁ ଚାଲିଯାଇଥିଲେ । ସେ ପାଖାପାଖି ୧୦୦ଟି ଚଳଚ୍ଚିତ୍ରରେ ମୁଖ୍ୟ ଓ ସହ କଳାକାର ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇ ପଡ଼ିବା ସହ ଆଇସିୟୁରେ ସେ ଚିକିତ୍ସାଧିନ ଅବସ୍ଥାରେ ରହିଥିଲେ ।