Odia News Portal

ଅଭିନେତ୍ରୀଙ୍କ ଅଶ୍ଳୀଳ ପ୍ରାଇଭେଟ୍‌ ଫଟୋ ନେଇ ବ୍ଲାକ୍‌ମେଲ କରୁଥିଲେ ପୂର୍ବତନ ପ୍ରେମିକ,ଗିରଫ କଲା ପୋଲିସ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଅମାଲା ପଲ୍‌ଙ୍କ ପୂର୍ବତନ ପ୍ରେମିକଙ୍କୁ ପୋଲିସ ଗିରଫ କରିଛି। ଅମାଲା ନିଜ ପୂର୍ବତନ ବିଜନେସ୍‌ ପାର୍ଟନର ତଥା ପ୍ରେମିକ ଭବନିନ୍ଦର ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଥାନାରେ ଏତଲା ପରେ ଭବନିନ୍ଦରଙ୍କୁ ଗିରଫ କରାଯାଇଛି। ଅଭିନେତ୍ରୀ ଅଭିଯୋଗରେ ଦର୍ଶାଇଥିଲେ ଯେ ଭବନିନ୍ଦର ସିଂ ତାଙ୍କର ବ୍ୟକ୍ତିଗତ ଫଟୋଗୁଡ଼ିକୁ ନେଇ ତାଙ୍କୁ ହଇରାଣ କରିବା ସହ ପ୍ରତାରଣା କରିଛନ୍ତି। ଅଭିଯୋଗର ଦିନକ ପରେ ପୋଲିସ ଭବନିନ୍ଦରଙ୍କୁ ଗିରଫ କରିଛି।

ଅମାଲା ପଲ୍‌, ଭବନିନ୍ଦରଙ୍କ ଉପରେ ଅଭିଯୋଗ ଆଣି କହିଥିଲେ କି, ଭବନିନ୍ଦର ତାଙ୍କୁ କମ୍ପାନୀର ନିର୍ଦ୍ଦେଶକ ପଦରୁ ହଟାଇବା ପାଇଁ ନକଲି ଡକ୍ୟୁମେଣ୍ଟ ତିଆରି କରିଛନ୍ତି। ଏଥି ସହିତ ତାଙ୍କର ବ୍ୟକ୍ତିଗତ ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ଲିକ୍‌ କରିଦେବାକୁ ଧମକ ଦେଇଛନ୍ତି।

ସୂଚନାଥାଉ କି, କିଛି ବର୍ଷ ପୂର୍ବେ ଅମାଲା ପଲ୍‌ ଓ ଭବନିନ୍ଦର ସିଂ ପରସ୍ପରକୁ ଡେଟ କରୁଥିବାର ଖବର ଆସିଥିଲା। ୨୦୨୦ରେ ଭବନିନ୍ଦର, ଅମାଲା ପଲ୍‌ଙ୍କ ସହ କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯେଉଁଥିରେ ଉଭୟଙ୍କୁ ବିବାହ ଗେଟ୍‌ଅପରେ ଦେଖିବାକୁ ମିଳିଥିଲା। ଏହି ଫଟୋ ଦେଖିବା ପରେ ଅମାଲା ପଲ୍‌ ଓ ଭବନିନ୍ଦର ବିବାହ କରି ନେଇଥିବା ଫ୍ୟାନମାନେ ଆଲୋଚନା କରିଥିଲେ। ହେଲେ ଅମାଲା ଫଟୋଗୁଡ଼ିକୁ ଡିଲିଟ କରି ସ୍ପଷ୍ଟ କରିଥିଲେ ଯେ ଏହି ଫଟୋ ୨୦୧୮ରେ କରାଯାଇଥିବା ଏକ ଫଟୋସୁଟର ଥିଲା।