Odia News Portal

ହ୍ୟୁମାନଙ୍କ ନାମରେ ସ୍ତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ

ବିବାଦ ଘେରରେ ଓଲିଉଡର ଆଗ ଧାଡିର ଗାୟକ ହ୍ୟୁମାନ ସାଗର । ହ୍ୟୁମାନ ସାଗରଙ୍କ ନାମରେ ଅଭିଯୋଗ ଆଣିଲେ ତାଙ୍କ ପତ୍ନୀ । ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଲେ ହ୍ୟୁମାନଙ୍କ ସ୍ତ୍ରୀ । ନ୍ୟାୟ ପାଇଁ କଟକ ଡିସିପିଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ପତ୍ରରେ ତାଙ୍କ ସ୍ତ୍ରୀ ଲେଖିଛନ୍ତି ଯେ ହ୍ୟୁମାନ ମଦ୍ୟପାନ କରି ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଅନ୍ତି । ଏହା ସହିତ କିଛି ଲୋକ ଏହା ମତ ରଖିଛନ୍ତି ଯେ ଏହି ଦମ୍ପତିଙ୍କ ମଧ୍ୟରେ ବହୁ ଦିନ ହେବ ବିବାଦ ଲାଗି ରହିଥିଲା । ଏହାକୁ ନେଇ ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ଥାନାରେ ଉପସ୍ଥିତ ହେବେ ବୋଲି ତାଙ୍କୁ ନୋଟିସ ଦିଆଯାଇଛି ।ତେବେ ପ୍ରଥମେ ତାଙ୍କୁ ପୃଥକ ପୃଥକ ଭାବେ କାଉନସିଂଲିଙ୍ଗ କରାଯିବ । ଏହି ଯୋଡିଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛନ୍ତି । ଯାହା ସୂଚନା ରହିଛି ଏହି ଯୋଡି ପ୍ରେମ ବିବାହ କରିଥିଲେ । ତାଙ୍କ ସ୍ତ୍ରୀ ମଧ୍ୟ ଜଣେ କଣ୍ଠଶିଳ୍ପୀ । ତେଣୁ ସେ ଆଣିଥିବା ଅଭିଯୋଗ ସତ୍ୟ କି ନାହିଁ ତାହାର ମହିଳା ଥାନା ଯାଞ୍ଚ କରିବା ପରେ ଏହାର ସତ୍ୟାସତ ଆଗକୁ ଆସିବ ବୋଲି ଆଶା କରାଯାଉଛି ।