Odia News Portal

ଭୋ ଭୋ ହୋଇ କାନ୍ଦିଲେ ଧର୍ମେନ୍ଦ୍ର

ମୁମ୍ବାଇ() ନିକଟରେ ବଲିଉଡ୍ ଷ୍ଟାର ଧର୍ମେନ୍ଦ୍ରଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକି ତାଙ୍କ ଝିଅ ଈଶା ଦେଓଲ ସେୟାର କରିଛନ୍ତି । ଈଶାଙ୍କ ବିବାହ ପରେ ଝିଅ ବିଦା ବେଳକୁ କିପରି ଧର୍ମେନ୍ଦ୍ର ଭୋ ଭୋ ହୋଇ କାନ୍ଦି ଉଠିଥିଲେ, ତାହା ଏଥିରେ ଦେଖିବାକୁ ମିଳିଛି ।

https://www.instagram.com/tv/CAZ9GA6DtxS/?utm_source=ig_web_copy_link

ମା ହେମା ମାଳିନୀ ନିଜକୁ ସମ୍ଭାଳି ହସି ହସି ଝିଅବିଦା କରୁଥିବା ବେଳେ ଧର୍ମେନ୍ଦ୍ର ବହୁତ ଇମୋସନାଲ ହୋଇପଡିଥିଲେ ।ଏହି ସମୟରେ ଈଶା ନିଜ ବାପାଙ୍କୁ କୁଣ୍ଢାଇ ପକାଇଥିଲେ, ଫଳରେ ଆଉ କାନ୍ଦକୁ ନ ରୋକି ଭୋ ଭୋ ହୋଇ କାନ୍ଦି ପକାଇଥିଲେ ଧର୍ମେନ୍ଦ୍ର ।