Odia News Portal

ଜାତୀୟ ସିନେମା ସଂଗ୍ରହାଳୟ ଲୋକାର୍ପିତ

ମୁମ୍ବାଇ : ଭାରତୀୟ ସିନେମା ଜଗତ ପାଇଁ ଏକ ବଡ଼ ଉପହାର। ମୁମ୍ବାଇରେ ପ୍ରତିଷ୍ଠିତ ନ୍ୟାସନାଲ ମ୍ୟୁଜିଅମ୍ ଅଫ୍ ଇଣ୍ଡିଆନ୍ ସିନେମା  ବା ଭାରତୀୟ ସିନେମା ଜାତୀୟ ସଂଗ୍ରହାଳୟକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସିନେମା ସହ ଜଡ଼ିତ ଐତିହାସିକ ସ୍ମୃତିକୁ ଏହି ସଂଗ୍ରହାଳୟରେ ରଖାଯାଇଛି।

ଏଥିପାଇଁ ସିନେମା ଜଗତ ସହ ଜଡ଼ିତ ବ୍ୟକ୍ତି କେନ୍ଦ୍ର ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ରାଜ୍ୟପାଳ ସି.ବିଦ୍ୟାସାଗର ରାଓ ଉପସ୍ଥିତ ରହିଥିଲେ। ନ୍ୟାସନାଲ ମ୍ୟୁଜିଅମ୍ ଅଫ୍ ଇଣ୍ଡିଆନ୍ ସିନେମା ପରାମର୍ଶଦାତା କମିଟି ମୁଖ୍ୟ ଶ୍ୟାମ ବେନଗଲ CBFC ମୁଖ୍ୟ ପ୍ରସୂନ ଯୋଶୀ ମଞ୍ଚାସିନ ଥିଲେ। ଭାରତୀୟ ସିନେମାର ସ୍ୱର୍ଣ୍ଣିମ ଇତିହାସକୁ ମ୍ୟୁଜିଅମରେ ସ୍ଥାନ ଦିଆଯାଇଛି।