ରନ୍ଧନଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଖାଉଟି ସାମଗ୍ରୀର ଅହେତୁକ ଦରବୃଦ୍ଧି ସହିତ ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ନଦେବାକୁ ହୋଇଥିବା ଷଡଯନ୍ତ୍ର ଏବଂ ବେକାରୀ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଜେଡିର ଆନ୍ଦୋଳନ ଜାରି ରହିଛି । ଗତକାଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନକୁ ନେଇ ଆନ୍ଦୋଳନ କରାଯାଇଥିବାବେଳେ ଆଜି ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ରାଜଭବନ ନିକଟରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । 
ଏହି ପ୍ରତିବାଦ ସଭାରେ ୫ହଜାରରୁ ଉର୍ଦ୍ଧ୍ୱ ଯୁବ ଓ ଛାତ୍ରମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା, ମାନ୍ୟବର ବିଧାୟକ ତଥା ସାଧାରଣ ସମ୍ପାଦକ(ଯୁବଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଆଦି ଉପସ୍ଥିତ ଥିଲେ ।
ଉପସ୍ଥିତ ଛାତ୍ର, ଯୁବକ ଓ ବରିଷ୍ଠ ନେତାମାନେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ଲଗାମଛଡା ଦରବୃଦ୍ଧି କରିବା ଯୋଗୁଁ ରାଜ୍ୟର ସାଧାରଣ ଓ ଗରିବ ଲୋକେ କିଭଳି ଦରବୃଦ୍ଧିର ସମ୍ମୁଖୀନ ହୋଇଛନ୍ତି ତାହା ଦର୍ଶାଇବା ସହିତ ତୁରନ୍ତ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଦର ହ୍ରାସ ପାଇଁ ଦାବି କରିଥିଲେ । କେନ୍ଦ୍ର ସରକାର ଯଦି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାର ଦର ନକମାନ୍ତି ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାପାଇଁ ବିିଭିନ୍ନ ସ୍ଥାନରୁ ଆସିଥିବା ଯୁବ ଓ ଛାତ୍ରନେତାମାନେ ମତ ଦେଇଥିଲେ । 
ଏହି କାର୍ୟ୍ୟକ୍ରମକୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ । ଆଜିର ପ୍ରତିବାଦ କାର୍ୟ୍ୟକ୍ରମରେ ଯୁବ ବିଜେଡିର ରାଜ୍ୟ କାର୍ୟ୍ୟକାରୀ ସଭାପତି ବୈକୁଣ୍ଠ ନାଏକ, ଜିଲ୍ଲା ସଭାପତି ସମରେଶ ବେଉରା, ଏଲିନା ଦାସ, ଧୃତି ମାର୍ଥା, ଜ୍ୟୋସ୍ନା ପରିଡା, ବିଜୟକେତନ ସାହୁ, ଶୁଭ୍ରାଂଶୁ ମିଶ୍ର, ସୋଫିଅ ଆଲାମ, ସୁନୀଲ ପଣ୍ଡା, ରାକେଶ ରାମ, ତାରିଣୀ ପ୍ରସାଦ ନାୟକ, ଆଶିଷ ମିଶ୍ର, ମଧୁସ୍ମିତା ନାୟକ, ପାର୍ଥ ମୁଦୁଲି, ଗଣେଶ ମହାପାତ୍ର, ଶୁଭ୍ରଜିତ ପାଢ଼ୀ, ବାନିକଲ୍ୟାଣ ମହାନ୍ତି, ଅଂଶୁମାନ ସେଠି, ସୋନାଲି ପ୍ରିୟଦର୍ଶିନୀ, ମହେକ୍ଷିତ ମିଶ୍ର, ଅପର୍ଣ୍ଣା ଦାସ , ବାସୁଦେବ ସା, ଦୀପକ ସାହୁ, ଲଗ୍ନାଦୀପା ମିଶ୍ର, ଜଗମୋହନ ବଳିଆରସିଂ, ଅଫଟାବ ଖାନ, ପୃନେନ୍ଧୁ ପୂଜାପଣ୍ଡା, ଦୀପକ ସାମନ୍ତରାୟ, ଦୀପକ ମହାପାତ୍ର, ସୌମ୍ୟରଂଜନ ତ୍ରିପାଠୀ, ରାଜେଶ ଭୂୟାଁ, ଅଦ୍ୟପ୍ରାଣ ସୁବୁଦ୍ଧି, ର୍ନିମଳ ବିକାଶ ମହାପାତ୍ର, ମନୋଜ ମହାନ୍ତି, ମନୋଜିତ ଦାସ,ସ୍ମୃତି ନାୟକ ଏବଂ ଛାତ୍ର ବିଜେଡିର ରାଜେଶ ରାଜ ସ୍ୱାଇଁ, ଇପ୍ସିତା ସାହୁ, ଅଜିତ ବେହେର. ସ୍ୱାଗତିକା ଦାସ, ଅପୂର୍ବ ଅପରୂପା, ବିଜୟ ବସନ୍ତିଆ, ସୁଜିତ୍ ପାଲଟା ସିଂ, ସମ୍ବିତ ବେହେରା, ଅଭିଷେକ ବେହେରା, ମିକୁ ପ୍ରଧାନ, ସଂକେତ ରାୟ, ସୁଭାଙ୍ଗୀ ରାୟ, ରଞ୍ଜିତ ଦାସ, ସମ୍ବିତ ଶ୍ରୀଚନ୍ଦନ, ବିଜୟଲକ୍ଷ୍ମୀ ଦାସ, ସୁଚିଶ୍ମିତା ବେହେରା. ଅସିମ୍ ମହାନ୍ତି, ଅନନ୍ତ ନାରାୟଣ ଜେନା, ପୱନ୍ ସ୍ୱାଇଁ, ଅରୂପ ଶ୍ରୀଚନ୍ଦନ, ଆସିଫ୍ ଅମିନ (କଟକ ଜିଲ୍ଲା ସଭାପତି), ବିଶ୍ୱଦୀପ୍ ପ୍ରଧାନ (ଖୋର୍ଦ୍ଧା ଜିଲ୍ଲା ସଭାପତି), ସୌମ୍ୟ ପ୍ରକାଶ ବିଶ୍ାଳ ( ଯାଜପୁର ଜିଲ୍ଲା ସଭାପତି), ସୁଭାଷ ସାହୁ (ଭୁବନେଶ୍ର ଜିଲ୍ଲା ସଭାପତି). ସଞ୍ଜୟ ପଟ୍ଟନାୟକ (କଟକ ସିଟି ସଭାପତି), ଭଗବାନ ସାହୁଙ୍କ ସମେତ ୫ହଜାରରୁ ଉର୍ଦ୍ଧ୍ୱ ଛାତ୍ର ଓ ଯୁବ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । କେନ୍ଦ୍ର ବିରୁଦ୍ଧରେ ଚାଲିଥିବା ଏହି ଆନ୍ଦୋଳନ କାର୍ୟ୍ୟକ୍ରମରେ ଆସନ୍ତା କାଲି (ଡିସେମ୍ବର ୩ ତାରିଖ)ରେ ବିଜୁ ମହିଳା ଜନତାଦଳ ପକ୍ଷରୁ ରନ୍ଧନଗ୍ୟାସ ଦରବୃଦ୍ଧି ନେଇ ଜୋରଦାର ପ୍ରତିବାଦ କରାଯିବ ଏବଂ ୪ତାରିଖରେ ବେକାରୀ ସମସ୍ୟା ନେଇ ଯୁବ ଓ ଛାତ୍ର ସଂଗଠନ ଆନ୍ଦୋଳନ କରିବାକୁ ସ୍ଥିର ହୋଇଛି ।
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
 
						 
			
