Odia News Portal

୨୫ ଡିସେମ୍ବରରେ ନିକାହ କରିଛନ୍ତି ଗୌହର ଖାନ୍

ଗୌହର ଖାନ୍ କୁବୁଲ୍ କଲେ ଜୈଦ ଦରବାରଙ୍କ ସହିତ ନିକାହ । ଅଭିନେତ୍ରୀ ଏବଂ ମଡେଲ ଗୌହର ଖାନ ନିଜ ବୟଫ୍ରେଣ୍ଡ ଜୈଦ ଦରବାରଙ୍କ ସହିତ ନିକାହ କରିଛନ୍ତି । ଦୁହେଁ ୨୦୨୦ରୁ ପରସ୍ପରଙ୍କୁ ବହୁତ ଦିନ ଧରି ଡେଟ୍ କରୁଥିଲେ । ପରେ ଏମାନେ ବିବାହ କରିବାର ନିଷ୍ପତ୍ତି ନେଲେ । ଏମାନଙ୍କ ବିବାହ ପାଇଁ ଫ୍ୟାନ୍ସ ମାନେ ବହୁତ ଉତ୍ସୁକତାର ସହିତ ଅପେକ୍ଷା କରିଥିଲେ ।

ତାଙ୍କ ବିବାହ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଗୌହର ବହୁତ ସୁନ୍ଦର ଦେଖାଯାଉଛନ୍ତି । ବିବାହ ଯୋଡା ଟି ଗୌହର ଙ୍କୁ ଖୁବ୍‌ ମାନୁଥିଲା । ଅଫ୍ ହ୍ୱାଇଟ୍ ଏବଂ ଗୋଲଡେନ୍ ରଙ୍ଗରେ ଜରି କାମ ହୋଇଥିବା ସରାରା ପିନ୍ଧିଥିଲେ ଗୌହର । ଏହାସହ ଗୋଲଡେନ୍ ରଙ୍ଗ ର ଅଳଙ୍କାର ପିନ୍ଧିଥିଲେ ଗୌହର । ତା ସହିତ ମଥାରେ ପାରମ୍ପରିକ ପାସା ମଧ୍ୟ ଲଗାଇଥିଲେ । ଜୈଦ ଦରବାର ଗୌହରଙ୍କ ସହ ମ୍ୟାଚିଙ୍ଗ୍ କରି ଅଫ୍ ହ୍ୱାଇଟ୍ ଶେରୱାନୀ ପିନ୍ଧିଥିଲେ । ୨୫ ଡିସେମ୍ବର ଦିନ ଦୁହିଁଙ୍କ ନିକାହ ହୋଇଯାଇଛି ।