Odia News Portal

କମ୍ ଉଚ୍ଚତା ସତ୍ତ୍ୱେ ବଲିଉଡରେ ସଫଳତା ପାଇଛନ୍ତି ଏହି ଅଭିନେତ୍ରୀ

ଅଭିନୟ କଥା ଉଠିଲେ ଡେଙ୍ଗା କଳାକାର ହିଁ ନଜରକୁ ଆସୁଛନ୍ତି। ହେଲେ ବଲିଉଡ୍ ରେ କମ୍ ଉଚ୍ଚତାର କଳାକାରମାନେ ମଧ୍ୟ ବେଶ ସଫଳ ଥିଲେ। ହେଲେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯେ କମ ଉଚ୍ଚତା ଥାଇ ବି ନିଜ କ୍ୟାରିୟରରେ ବେଶ ସଫଳ ଥିଲେ।

ବଲିଉଡ୍ ବିଗ୍-ବି ଅମିତାଭଙ୍କ ସହଧର୍ମିଣୀ ଜୟା ବଚ୍ଚନ ଅନେକ ସୁପରଡୁପର ହିଟ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି। ଯେଉଁଥିରେ ଫିଲ୍ମ ‘ସୋଲେ’କୁ ବି ହିସାବକୁ ନିଆଯାଇପାରେ। ସୋଲେ ରେ ଜୟା ଠାକୁରଙ୍କ ବୋହୂର ଭୂମିକା ନିର୍ବାହ କରିଥିଲେ। ଯାହା ତାଙ୍କ ଅଭିନୟ ଜୀବନର ମାଇଲଖୁଣ୍ଟ ହୋଇ ରହିଯାଇଛି। ଜୟାଙ୍କ ଉଚ୍ଚତା ମାତ୍ର ୫ ଫୁଟ୍ ୨ ଇଞ୍ଚ। ହେଲେ ସେ ଅଭିନୟ ଉଚ୍ଚତାରେ ନୁହେଁ କଳାକାରଙ୍କ ପ୍ରତିଭାରେ ଥାଏ ବୋଲି ପ୍ରମାଣିତ କରିଛନ୍ତି।