Odia News Portal

ଅଭିନେତା ଜନଆବ୍ରାହମ ଓ ତାଙ୍କ ପତ୍ନୀଙ୍କୁ କରୋନା

ଅଭିନେତା ଜନ୍ ଆବ୍ରାହମ୍ ଓ ତାଙ୍କ ପତ୍ନୀ ପ୍ରିୟା କରୋନା ସଂକ୍ରମିତ ହୋଇଛନ୍ତି ବୋଲି ଜନ୍ ଆବ୍ରାହମ୍ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେ ଓ ତାଙ୍କ ପତ୍ନୀ ଉଭୟ କରୋନା ଟିକା ନେଇଥିଲେ । ତଥାପି ସେମାନେ କରୋନାରେ ସଂକ୍ରମିତ ହୋଇଛନ୍ତି ।ଜନଆବ୍ରାହମ ଓ ତାଙ୍କ ପତ୍ନୀ ଘରେ କ୍ୱାରେଣ୍ଟାଇନରେ ରହିଛନ୍ତି ।ଜନ କହିଛନ୍ତି ଯେ, ୩ ଦିନ ପୂର୍ବେ ଜଣେ କରୋନା ପଜିଟିଭଙ୍କ ସମ୍ପର୍କରେ ଆସିଥିଲେ । ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ସୂଚନା ଦେଇଛନ୍ତି ।
ସେ ଲେଖିଛନ୍ତି ଯେ, ମୁଁ ତିନି ଦିନ ପୂର୍ବେ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲି ଯାହାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା । ପ୍ରିୟା ଏବଂ ମୋର କରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି ।
ସେହିପରି ଆମେ ଦୁହେଁ ଏବେ କ୍ୱାରେଣ୍ଟାଇନରେ ରହିଛୁ ଏବଂ କାହା ସମ୍ପର୍କରେ ଆସିନାହୁଁ । ଆମ ଦୁଇ ଜଣଙ୍କର ସାମାନ୍ୟ ଲକ୍ଷଣ ରହିଛି । ଦୟାକରି ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ।