Odia News Portal

ଡିସେମ୍ବରରେ ପଡିବ ହାତଗଣ୍ଠି


ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଯେତିକି ବଢୁଛି ପ୍ରତିଦିନ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି । ମିଳିଥିବା ସୂଚନା ମୁତାବକ ରାଜସ୍ଥାନରେ ଏହି ବିବାହ ହେବ । ତେବେ ଆସନ୍ତା ଡିସେମ୍ବର ୯ ତାରିଖରେ ଏହି ଯୋଡିଙ୍କ ହାତଗଣ୍ଠି ପଡିବାକୁ ଯାଉଛି । ଯାହା ଜଣା ପଡୁଛି ଏହି ବିବାହ ବେଶ ଆଡମ୍ବର ସହକାରେ ହେବାକୁ ଯାଉଛି ।

ସମସ୍ତଙ୍କ ପାଇଁ ପ୍ରାୟ ୪୫ଟି ହୋଟେଲ ମଧ୍ୟ ବୁକ ସରିଛି ।୭, ୮ ଓ ୯ ତାରିଖ ଦୀର୍ଘ ତିନି ଦିନ ଧରି ବେଶ ଧୂମଧାମ ସହକାରେ ଏହି ବିବାହ ହେବାକୁ ଯାଉଛି । ଅତିଥିଙ୍କ ରହିବା ପାଇଁ ଭିକ୍କି-କ୍ୟାଟ୍ ଯୋଡି ପାଖାପାଖି ୪୫ଟି ହୋଟେଲ ବୁକ୍ କରିଥିବାବେଳେ, ଅଧିକାଂଶ ଅତିଥି ୭ ତାରିଖ ସୁଦ୍ଧା ଭେନ୍ୟୁରେ ପହଞ୍ଚିବେ । କେବଳ ବଲିଉଡ୍ ଅଭିନେତା ସଲମାନ ଖାନ୍ ବିବାହ ଦିନ ଅର୍ଥାତ ୯ ତାରିଖରେ ଭେନ୍ୟୁରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।