Odia News Portal

ଶରୀରର ଏହି ଅଙ୍ଗରେ ଝିଟିପିଟି ପଡିଲେ ହୋଇଯିବେ ମାଲାମାଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଝିଟିପିଟି ପଡ଼ିଯାଏ ତାହେଲେ କିଛି କ୍ଷେତ୍ରରେ ତାକୁ ଶୁଭ ତ କିଛି କ୍ଷେତ୍ରରେ ଅଶୁଭ କୁହାଯାଏ। ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡିଲେ ଶୁଭ ହୋଇଥାଏ ଓ କେଉଁ ଅଙ୍ଗରେ ପଡିଲେ ଅଶୁଭ ହୋଇଥାଏ ଆସନ୍ତୁ ଜାଣିବା।

୧. ମହିଳାମାନଙ୍କ ବାମ ଅଙ୍ଗରେ ଝିଟିପିଟି ପଡିଲେ ଶୁଭ ଓ ଡାହାଣ ଅଙ୍ଗରେ ପଡିବା ଅଶୁଭ ହୋଇଥାଏ। ପୁରୁଷଙ୍କ ମଧ୍ୟରେ ଠିକ ଏହାର ବିପରୀତ ଘଟିଥାଏ।

୨. ଯଦି ଝିଟିପିଟି କୌଣସି ବ୍ୟକ୍ତିଙ୍କ ମଥାର ଡାହାଣ ପଟେ ପଡେ ତାହେଲେ ଖୁବ ଶୀଘ୍ର ଧନ ସମ୍ପତ୍ତି ମିଳିବାର ଅଛି ବୋଲି କୁହାଯାଏ। ଯଦି ମହିଳାଙ୍କ ମଥାର ବାମ ପଟେ ପଡେ ତାହେଲେ ଲାଭ ମିଳିଥାଏ।

୩. ଡାହାଣ କାନରେ ଝିଟିପିଟି ପଡିବା ଲାଭର ସଂକେତ ହୋଇଥାଏ। ଏହାଦ୍ୱାରା ଆଭୂଷଣ ପ୍ରାପ୍ତ ହୋଇଥାଏ। ବାମ କାନରେ ପଡିଲେ ଆୟୁଷ ବଢିଥାଏ ବୋଲି କୁହାଯାଏ।

୪. ଯଦି କୌଣସି ବ୍ୟକ୍ତିଙ୍କ ଡାହାଣ ପାଦରେ ପଡେ ତାହେଲେ ଧନ ସମ୍ପତ୍ତି ପ୍ରାପ୍ତି ହୋଇଥାଏ ଓ ବାମ ପାଦରେ ପଡିଲେ ଆର୍ଥିକ କ୍ଷତି ହୋଇଥାଏ।

୫. ଯଦି ମହିଳା କିମ୍ବା ପୁରୁଷଙ୍କ ନାଭିରେ ଝିଟିପିଟି ପଡେ ତାହେଲେ ବହୁତ ଶୁଭ ହୁଏ ବୋଲି କୁହାଯାଏ। ଏହାଦ୍ୱାରା ବଡ ସ୍ବପ୍ନ ପୁରା ହୋଇଥାଏ।

୬. ଯଦି ବ୍ୟକ୍ତିଙ୍କ ଅଣ୍ଟା ମଝିରେ ଝିଟିପିଟି ପଡେ ତାହେଲେ ଆର୍ଥିକ ଲାଭ ମିଳିବାର ସଂକେତ ଦେଇଥାଏ।

୭. ଯଦି ଜଣେ ବ୍ୟକ୍ତିଙ୍କ ନାକରେ ଝିଟିପିଟି ପଡେ ତାହେଲେ ଭାଗ୍ୟ ଜାଗ୍ରତ ହେବାର ଅଛି ବୋଲି ଭାବିନେବେ। ଜୀବନରେ ଆଗକୁ ବଢିବେ।

୮. ଯଦି ବ୍ୟକ୍ତିଙ୍କ ବେକରେ ଝିଟିପିଟି ପଡେ ତାହେଲେ ଏହା ବ୍ୟକ୍ତିଙ୍କ ଇଜ୍ଜତ ଓ ଯଶ ବୃଦ୍ଧି ପାଇବାର ସଂକେତ ଦେଇଥାଏ।

୯. ଯଦି ଡାହାଣ ଗାଲରେ ଝିଟିପିଟି ପଡେ ତାହେଲେ ବ୍ୟକ୍ତିଙ୍କ ଆୟୁଷ ବଢିଥାଏ। ଅସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ।

୧୦. ଛାତିର ଡାହାଣ ପଟେ ଝିଟିପିଟି ପଡିବା ଶୁଭ ବୋଲି କୁହାଯାଏ।