Odia News Portal

ବଲିଉଡର ନୂଆ ଲଭ ବାର୍ଡ ପ୍ରଭାସ ଓ କ୍ରୀତି ସାନନ୍‌

ବଲିଉଡର ନୂଆ ଲଭ ବାର୍ଡ ପ୍ରଭାସ ଓ କ୍ରୀତି ସାନନ୍‌ । ବାହୁବଲୀ ଫେମ୍‌ ପ୍ରଭାସ କ୍ରୀତିଙ୍କୁ ଡେଟ୍‌ କରୁଥିବା ବିଟାଉନରେ ଚର୍ଚ୍ଚା ଜୋର। ଏକ ଶୋ’ରେ କନଫର୍ମ କରିଛନ୍ତି ବରୁନ ଧଓ୍ଵନ। ଫିଲ୍ମ ‘ଭେଡିଆ’ର ପ୍ରମୋସନ ପାଇଁ ଆସିଥିଲେ ବରୁଣ ଓ କ୍ରୀତି।

ଏହି ସମୟରେ ପ୍ରଯୋଜକ କରଣ ଜୋହର ପଚାରିଥିଲେ, କ୍ରୀତି କାହା ହୃଦୟରେ ଅଛନ୍ତି ? ଉତ୍ତରରେ ବରୁଣ କହିଥିଲେ ଯିଏ ଏବେ ମୁମ୍ବାଇରେ ନାହାନ୍ତି ଓ ଦୀପିକାଙ୍କ ସହ ଫିଲ୍ମ ସୁଟିଂ କରୁଛନ୍ତି। କ୍ରୀତି ବରୁଣଙ୍କ କଥାରେ ହସିଥିଲେ। ଫିଲ୍ମ ‘ପ୍ରୋଜେକ୍ଟ କେ’ ର ସୁଟିଂରେ ବ୍ୟସ୍ତ ଅଛନ୍ତି ପ୍ରଭାସ ଓ ଦୀପିକା।

ଫିଲ୍ମ ଆଦିପୁରୁଷରେ ପ୍ରଭାସ ଓ କ୍ରୀତିଙ୍କୁ ଏକାଠି ଦେଖିବାକୁ ମିଳିବ। ଫିଲ୍ମରେ ପ୍ରଭାସ ପୌରାଣିକ ଚରିତ୍ର ରାମ ଓ କ୍ରୀତି ସୀତାଙ୍କ ଭୂମିକାରେ ଅଭିନୟ କରିଛନ୍ତି । ୨୦୨୩ ଜୁନ ୧୬ରେ ରିଲିଜ୍‌ ହେବ ଫିଲ୍ମ।

ସୂଚନା ଥାଉକି, ନିକଟରେ ପ୍ରଭାସଙ୍କ ଫିଲ୍ମ ହନୁମାନର ଟିଜର ରିଲିଜ ହୋଇଥିଲା। ଟିଜର ରିଲିଜ ହେବା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଧମାଲ କରିଥିଲା। ଟିଜର ଦେଖିବା ପରେ ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଥିଲା। ଏହାକୁ ନେଇ ଫ୍ୟାନ୍ସ ଫିଲ୍ମ ‘ଆଦିପୁରୁଷ’କୁ ଟ୍ରୋଲ କରିଥିଲା। ଫିଲ୍ମ ‘ହନୁମାନ’ର ନିର୍ଦ୍ଦେଶନା ପ୍ରଶାନ୍ତ ବର୍ମା ଦେଉଛନ୍ତି ।

ହନୁମାନ ଟିଜରରେ ମୁଖ୍ୟ ଭୂମିକା ଭଗବାନ ହନୁମାନଙ୍କ ଉପରେ ପର୍ଯ୍ୟବେସିତ । ଫିଲ୍ମର ଟିଜରରେ ଆକ୍ସନ ଠାରୁ ଆରମ୍ଭ କରି ରିଆକ୍ସନ ପର୍ଯ୍ୟନ୍ତ ସବୁକିଛି ଦେଖିବାକୁ ମିଳିଛି। ଟିଜର ଦେଖି ଫ୍ୟାନ୍ସଙ୍କ ଲୋମ ଟାଙ୍କୁରୀ ଯାଇଥିଲା । ଧାର୍ମିକ ଏବଂ ପୌରାଣିକ କଥା ରାମାୟଣକୁ ପୁଣିଥରେ ଦର୍ଶକେ ନୂଆ ରୂପରେ ଦେଖିବାକୁ ପାଇବେ । ଏହି ଫିଲ୍ମ କେବଳ ତେଲୁଗୁ ନୁହେଁ ବରଂ ତାମିଲ, କନ୍ନଡ, ମାଲୟଲମ, ହିନ୍ଦୀ ଭାଷାରେ ରିଲିଜ ହେବ।