Odia News Portal

୧୨ ଦିନରେ ଅଭିଯୋଗ

ପାଣାଜୀ () ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେ ମଙ୍ଗଳବାର ଦିନ ଗୋଆ କାନାକୋନା ଥାନାରେ ନିଜ ସ୍ୱାମୀ ସେମ ଅହମଦଙ୍କ ବିରୋଧରେ ମାରପିଟ ମାମଲା ରୁଜ୍ଜୁ କରିଛନ୍ତି । ମାମଲା ରୁଜ୍ଜୁ ପରେ ସେମଙ୍କୁ ଗୋଆରେ ଗିରଫ କରାଯାଇଛି । ପୁନମ ନିଜ ସ୍ୱାମୀ ବିରୋଧରେ ମାରପିଟ ଓ ଧମକାଉଥିବା ନେଇ ଅଭିଯୋଗ କରିଥିଲେ ।
ସୋମବାର ବିଳମ୍ବିତ ରାତିରେ ପୁନମ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ମୁମ୍ବାଇରେ ତାଙ୍କ ସହ ମାରପିଟ କରିଥିଲେ ଓ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ଧମକ ଦେଇଥିଲେ ।

ପୁନମ ପାଣ୍ଡେ ସେପ୍ଟେମ୍ବର ୧୦ ତାରିଖରେ ନିଜ ପ୍ରେମିକ ସେମଙ୍କୁ ବିବାହ କରିଥିଲେ । ବିବାହ ସମ୍ପର୍କରେ ସେ କାହାକୁ ଜଣାଇ ନଥିଲେ । ବିବାହ ପରେ ଉଭୟ ନିଜ ନିଜ ସୋସିଆଲ ଆକାଉଣ୍ଟରେ ବିବାହର କିଛି ଫଟୋ ସେୟାର କରିଥିଲେ । ଫଟୋ ସେୟାର କରି ପୁନମ ଲେଖିଥିଲେ, ‘୭ଜନ୍ମ ଯାଏଁ ତୁମ ସହିତ ରହି ଖୁସି ହେବି’

ପୁନମ ନିଜର ଏହି ସିକ୍ରେଟ ବାହାଘରକୁ ନେଇ ଅନେକ ଖୁଲାସା କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଥିଲେ ଯେ କରୋନା ମହାମାରୀ ଯୋଗୁଁ ପ୍ରତିଦିନ ତାଙ୍କୁ ଦୁଖଦ ଖବର ପଢିବାକୁ ମିଳୁଥିଲା । ସେଥିପାଇଁ କିଛି ଖୁସି ସାଉଣ୍ଟିବା ପାଇଁ ସେ ନିଷ୍ପତ୍ତି ନେଇଥିଲେ ।

ପୁନମ ୨୦୧୩ ରେ ବଲିଉଡରେ ଫିଲ୍ମ ନଶାରେ ଡେବ୍ୟୁ କରିଥିଲେ । ଏହାପରେ ସେ ହିନ୍ଦୀ ସହ କନ୍ନଡ଼ ଓ ତାମିଲ ଫିଲ୍ମ ମଧ୍ୟ କରିଛନ୍ତି ।