Odia News Portal

ଆରମ୍ଭ ହେବ ‘ପୁଷ୍ପା ୨’ର ଶୁଟିଂ

ବହୁପ୍ରତୀକ୍ଷିତ ସିକ୍ୱେଲ୍ ‘ପୁଷ୍ପା: ଦ ରୁଲ୍’ର  ସୁଟିଂ ଆରମ୍ଭ ହୋଇଛି । ସୋସିଆଲ  ମିଡିଆରେ ଫିଲ୍ମର ପୂଜା ଉତ୍ସବର  ଫଟୋ ଓ ଭିଡିଓ ଭାଇରାଲ ହେଉଛି ।

ଫିଲ୍ମର ଫିମେଲ୍ ଲିଡ୍ ରଶ୍ମିକା  ମନ୍ଦନା ସୋସିଆଲ ମିଡିଆରେ  ଏହାର ପୂଜା ଉତ୍ସବର ଏକ ଫଟୋ  ଶେୟାର କରିଛନ୍ତି । ଠାକୁରଙ୍କ  ଫଟୋ ସାମ୍ନାରେ ଫିଲ୍ମର କ୍ଲାପ୍ ବୋର୍ଡ ନଜର ଆସୁଛି । ସେଥିରେ  ସୋମବାର ଅର୍ଥାତ ଅଗଷ୍ଟ ୨୨  ତାରିଖ ଉଲ୍ଲେଖ ହୋଇଛି । ଫଟୋ ସହିତ ରଶ୍ମିକା କ୍ୟାପ୍ସନ  ଲେଖିଛନ୍ତି ‘ଲେଟ୍ସ ଗୋ’ । ଏହା  ପରେ ଫ୍ୟାନ୍‌ଙ୍କ ଉତ୍ସାହ ଆହୁରି  ବଢ଼ିଯାଇଛି । ସିକ୍ୱେଲ୍‌ରେ ଅଲ୍ଲୁ  ଅର୍ଜୁନ ଓ ରଶ୍ମିକା ମନ୍ଦନାଙ୍କ ସହିତ  ଫହାଦ ଫସିଲ ପୁଣି ଥରେ ସ୍କ୍ରିନ୍  ଶେୟାର କରିବେ । ଏଥିରେ ମଧ୍ୟ  ସେ ନେଗେଟିଭ୍ ଭୂମିକା ନିର୍ବାହ  କରିବେ । 

ନିର୍ମାତା ସୋସିଆଲ ମିଡିଆରେ  ଫିଲ୍ମର ପୂଜା ମହୋତ୍ସବର ଫଟୋ  ସହିତ ଉଲ୍ଲେଖ କରିଛନ୍ତି ‘ଫେରିଲା  ପୁଷ୍ପରାଜ୍! ଏଥର ଶାସନ କରିବାକୁ ।’  ଫିଲ୍ମକୁ ଭାରତର ସର୍ବାଧିକ ପ୍ରତୀକ୍ଷିତ  ସିକ୍ୱେଲ୍ ବୋଲି ମଧ୍ୟ ସେମାନେ ଉଲ୍ଲେଖ  କରିଛନ୍ତି । ସୁକୁମାରଙ୍କ ନିର୍ଦ୍ଦେଶନାରେ  ନିର୍ମିତ ‘ପୁଷ୍ପା: ଦ ରାଇଜ୍’ ବିଶ୍ୱସ୍ତରରେ  ୩୦୦ କୋଟିରୁ ଅଧିକ ଆୟ  କରିଥିଲା । ମୂଳ ତେଲୁଗୁ ଭାଷାରେ  ନିର୍ମିତ ଏହି ଫିଲ୍ମ ହିନ୍ଦୀ, ତାମିଲ,  ମାଲାୟାଲମ୍ ଓ କନ୍ନଡ଼ ଭାଷାରେ  ରିଲିଜ୍ ହୋଇଥିଲା । ତେବେ  ସିକ୍ୱେଲ୍ ‘ପୁଷ୍ପା: ଦ ରୁଲ୍’ର  ରିଲିଜ୍ ତାରିଖ ଏବେ ସୁଦ୍ଧା  ଘୋଷଣା ହୋଇନାହିଁ । ଏଥର  ବି ରଶ୍ମିକାଙ୍କୁ ପୁଷ୍ପାର ଲିଡ୍  ଲେଡି ଶ୍ରୀବଲ୍ଲି ଭୂମିକାରେ  ଦେଖିବାକୁ ପାଇବେ ଦର୍ଶକ ।