Odia News Portal

ଲୋକଙ୍କୁ ଉଚିତ୍ ଶିକ୍ଷା ଶିଖାଇବା ପାଇଁ କରୋନା ଆସିଛି

ମୁମ୍ବାଇ ()ବଲିଉଡ୍ ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ କରୋନାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କେବଳ ଏତିକି ନୁହଁ କରୋନାରୁ ନିଜକୁ କେମିତିରକ୍ଷା କରିବେ ସେନେଇ ଇନ୍ଷ୍ଟାଗ୍ରାମରେ ସେ ଏକ ଭିଡିଓ ମଧ୍ୟ ଶେଆର କରିଛନ୍ତି।

https://www.instagram.com/p/B9qTHBOnJNM/?utm_source=ig_web_copy_link

ଏହି ଭିଡିଓରେ ସେ କହିଛନ୍ତି, ‘ଦୟାକରି ମୋ କଥାକୁ ଶୁଣନ୍ତୁ”। “କରୋନାଭାଇରସ୍ ଏବେ ଚାରିଆଡ଼େ ବ୍ୟାପିବାରେ ଲାଗିଛି। ସମସ୍ତେ କହୁଛନ୍ତି, ହାତ, ପାଦ, ନାକ ଧୁଅଟ୍ଟଜଣାନାହିଁ ଆଉ କ’ଣ କ’ଣ ଧୁଅ। ସବୁ ଧୁଅ, ହେଲେଆତ୍ମାକୁ କେମିତି ଧୋଇବା? ଆମେ ପାପ କରିଛୁ, ସାରା ଦୁନିଆ ପାପ କରିଛି। ଆପଣଙ୍କୁ କ’ଣ ଲାଗୁଛି ଏହି କରୋନା ଭାଇରସ୍ କେଉଁଠୁ ଆସିଥିବ ? ଏହାଲୋକଙ୍କୁ ଉଚିତ୍ ଶିକ୍ଷା ଶିଖାଇବା ପାଇଁ ଆସିଛି। ଏବେବି ସମୟ ଅଛି ଭଗବାନଙ୍କ ଶରଣରେ ନିଜକୁ ସମର୍ପିତ କରି ନିଜ ପାପ ପାଇଁ କ୍ଷମାମାଗିନିଅନ୍ତୁ। କରୋନା ଭାଇରସ୍ ହିନ୍ଦୁ, ମୁସ୍ଲିମ୍, ଶିଖ୍, ଖ୍ରୀଷ୍ଟିଆନ୍, ଧନୀ, ଗରିବ ସମସ୍ତଙ୍କୁ ଆକ୍ରାନ୍ତ କରୁଛି। ତେଣୁ ଦୟାକରି ଭଗବାନଙ୍କନିକଟରେ ନିଜକୁ ସମର୍ପିତ କରନ୍ତୁ। ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି, ଆପଣଙ୍କୁ କରୋନା ଭାଇରସ୍ ଆଦୌ ଛୁଇଁ ପାରିବ ନାହିଁ।’ ରାକ୍ଷୀଙ୍କର ଏହି ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। କିଛି ଲୋକ ତାଙ୍କ ସମର୍ଥନ କରୁଥିବାବେଳେ କିଛି ଲୋକ ତାଙ୍କୁ ସୋଶାଲ୍ ମିଡିଆରେ ଟ୍ରୋଲ୍ କରୁଛନ୍ତି।