Odia News Portal

୬ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବେ ରିୟା

ମୁମ୍ବାଇ() ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସହିତ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ଏବେ ଜେଲରେ ରହିବେ। ସ୍ପେଶାଲ ଏନଡିପିଏସ୍ କୋର୍ଟ ରିୟାଙ୍କୁ ବିଚାର ବିଭାଗୀୟ ଅବଧିକୁ ୬ ଅକ୍ଟୋବର ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ସେଭଳି ଜାମିନ୍ ପାଇଁ ରିୟା ଓ ତାଙ୍କ ଭାଇ ଶୌଭିକଙ୍କୁ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ତ ହେବାକୁ ପଡିଛି। ହାଇକୋର୍ଟରେ ଏହି ମାମଲାର ଶୁଣାରି ୨୩ ସେପ୍ଟେମ୍ବରରେ କରାଯିବ।

ସୁଶାନ୍ତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ କନେକ୍ସନରେ ରିୟା ଗିରଫ ହୋଇ ମୁମ୍ବାଇର ଭାୟଖଲା ଜେଲରେ ଅଛନ୍ତି। ଆଜି  ରିୟା କଷ୍ଟଡିରେ ରହିବାର ଶେଷ ଦିନ ଥିଲା। ତେବେ ସ୍ପେଶାଲ ଏନଡିପିଏସ୍ କୋର୍ଟ ଏହି ସମୟସୀମାକୁ ବଢାଇ ଦେଇଛନ୍ତି।