Odia News Portal

ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ବିରୁଷ୍କା


ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ କ୍ରିକେଟ ପଡ଼ିଆରୁ ଟିକେ ଦୂରରେ ଅଛନ୍ତି। ତାଙ୍କୁ ଟି -୨୦ ବିଶ୍ୱକପ ପରେ ବିଶ୍ରାମ ଦିଆଯାଇଥିଲା। ମୁମ୍ବାଇରେ ହେବାକୁ ଥିବା ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ସେ ଦଳରେ ଯୋଗଦେବେ। ବିରାଟ ଓ ଅନୁଯକାଙକ ଯୋଡି ଖୁବ୍ ଲୋକପ୍ରିୟ । ଦୁହେଁ ସୋସିଆଲ ମିଡିଆରେ କିଛି ନା କିଛି ରେମାଣ୍ଟିକ୍ ଫଟୋ ସେୟାର କରିଥାନ୍ତି । ହେଲେ ବର୍ତ୍ତମାନ ସେ ପରିବାର ସହ ସମୟ ଅତିବାହିତ କରୁଛନ୍ତି । ଗତ ରବିବାର ଦିନ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ସହ ବସି ସମୟ କାଟୁଥିବାର ନଜର ଆସିଛନ୍ତି।