Odia News Portal

ସଲମାନଙ୍କୁ ସମାଲୋଚନା କଲେ ଏହି ଅଭିନେତ୍ରୀ

ମୁମ୍ବାଇ() ଅଭିନେତ୍ରୀ କୋଏନା ମିତ୍ରା ସଲ୍ମାନ୍ ଖାନଙ୍କୁ ସୋସିଆଲ ମିଡିଆରେ  ସମାଲୋଚନା କରିଛନ୍ତି। କୋଏନା ଏହା ପ୍ରଥମ ଥର ପାଇଁ କରିନାହାନ୍ତି। ପୂର୍ବରୁ ମଧ୍ୟ କୋଏନା ସଲମାନଙ୍କୁ ବିରୋଧ କରିଥିଲେ।

ଗତ ସପ୍ତାହରେ ‘ବିଗ୍ ବସ୍’ ଘରେ ସିଦ୍ଧାର୍ଥ ଶୁକ୍ଳା ଓ ଆସୀମ ରିୟାଜଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା। ଝଗଡା ସମୟରେ ଅସୀମଙ୍କ ପରିବାର ଲୋକଙ୍କୁ ଆକ୍ଷେପ କରି ଖରାପ କଥା କହିଥିଲେ ସିଦ୍ଧାର୍ଥ। ସଲମାନ ପ୍ରତି ସପ୍ତାହ ‘ୱିକେଣ୍ଡ୍ କା ବାର୍’ରେ ଭୁଲ କରିଥିବା ସମସ୍ତ ସଦସ୍ୟଙ୍କୁ ଚେତାବନି ଦିଅନ୍ତି। ସେହିଭଳି ଭୁଲ ଆଗକୁ ନକରିବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ସିଦ୍ଧାର୍ଥଙ୍କୁ ‘ୱିକେଣ୍ଡ୍ କା ବାର୍’ ଏପିସୋଡ୍ରେ ସଲ୍ମାନ୍ ଗାଳି କରି ନଥିଲେ ବା କିଛି କହି ନଥିଲେ। ଏହା ଦେଖି କୋଏନା ନିଜ କ୍ଷୋଭ ପ୍ରକାଶ କରିଛନ୍ତି।

କୋଏନା ଟୁଇଟ୍ କରି କହିଛନ୍ତି ଯେ, ସଲମାନ ଭୁଲ କରିଥିବା ବ୍ୟକ୍ତିଙ୍କୁ ସମର୍ଥନ କରିବା ଅନୁଚିତ୍। ସେ ଆଶ୍ଚର୍ୟ୍ୟ ଯେ ସଲମାନ ଏଭଳି କାମ କଣ ପାଇଁ କରୁଛନ୍ତି। ଯଦି ତାଙ୍କ ଭଉଣୀ ଅଲ୍ଭିରା ଓ ଅର୍ପିତାଙ୍କୁ ଯଦି କେହି କିଛି ଏମିତି କୁହନ୍ତି, ତା’ହେଲେ କ’ଣ ସଲମାନ ତାଙ୍କୁ ଛାଡ଼ି ଦେବେ ବୋଲି ପ୍ରଶ୍ନ କରିଛନ୍ତି କୋଏନା। କେଉଁ ଜିନିଷ ପାଇଁ ସଲମାନ ଚୁପ୍ ରହୁଛନ୍ତି ସେ ଜାଣିବା ପାଇଁ ଉତ୍ସୁକ। କିଏ ସଲମାନଙ୍କୁ ଅଟକାଉଛି, ବୋଲି ଲେଖିଛନ୍ତି କୋଏନା।