Odia News Portal

୫୫ ବର୍ଷରେ ପାଦ ଥାପିଲେ ସୁପରଷ୍ଟାର ସଲମାନ୍ ଖାନ୍

ଆଜି ହେଉଛି ବଲିଉଡର ଶାନ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ଜନ୍ମଦିନ । ସଲମାନ୍ ଆଜି ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି । ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ହେବ ସଲମାନ୍ ବଲିଉଡ୍ ରେ ରାଜ୍ କରୁଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ ତାଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟ ସମ୍ମୁଖରେ ଫ୍ୟାନ୍ସ ଭିଡ ଲାଗଇଥାନ୍ତି ତାଙ୍କର ଟିକିଏ ଝଲକ ପାଇବା ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ । ମାତ୍ର ଚଳିତ ବର୍ଷ ସଲମାନ୍ ତାଙ୍କ ଫ୍ୟାନ୍ସଙ୍କୁ କୋଭିଡ୍-୧୯ ରୁ ବଞ୍ଚାଇବା ପାଇଁ ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।

ସଲମାନ୍ ତାଙ୍କ ଜନ୍ମଦିନ ପୂର୍ବରୁ ହିଁ ତାଙ୍କ ଆପାର୍ଟମେଣ୍ଟ ବାହାରେ ଏକ ନୋଟିସ୍ ଲଗାଇଥିଲେ । ଏହି ନୋଟିସ୍ ରେ ସେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଯେ, ସେ ଚଳିତବର୍ଷ ଜନ୍ମଦିନରେ ଘରେ ରହିବେନାହିଁ । ଅର୍ଥାତ୍ ସେ ତାଙ୍କ ଜନ୍ମଦିନରେ ଏଥର ଫ୍ୟାନ୍ସଙ୍କୁ ଭେଟିବେନାହିଁ ।ସଲମାନ୍ ଖାନ୍ ଙ୍କ ତରଫରୁ ଜାରି କରାଯାଇଥିବା ନୋଟିସ୍ ରେ ଲେଖାଯାଇଛି ଯେ, ‘ପ୍ରତିବର୍ଷ ମୋତେ ମୋ ଜନ୍ମଦିନରେ ଫ୍ୟାନ୍ସଙ୍କ ତରଫରୁ ବହୁତ ଭଲପାଇବା ମିଳିଥାଏ, ମାତ୍ର ଚଳିତବର୍ଷ କରୋନା ଯୋଗୁଁ ମୁଁ ଆପଣମାନଙ୍କ ନିକଟରେ ଅନୁରୋଧ କରୁଛି ଯେ, ଘର ବାହାରେ ଭିଡ ଜମାନ୍ତୁନାହିଁ ଏବଂ ସାମାଜିକ ଦୂରତା ପାଳନ କରନ୍ତୁ । ମାସ୍କ ପିନ୍ଧନ୍ତୁ, ସାନିଟାଇଜ୍ କରନ୍ତୁ । ମୁଁ ଏବେ ଗ୍ୟାଲାକ୍ସିରେ ନାହିଁ ।’

୧୯୮୮ ମସହାରେ ‘ବିୱି ହୋ ତୋ ଏସି’ ଫିଲ୍ମରେ ସହ କଳାକାର ରୁପରେ ବଲିଉଡରେ ଡେବ୍ୟୁ କରିଥିବା ସଲମାନ୍ ପରମୁହୂର୍ତ୍ତରେ ମେନେ ପ୍ୟାର କିୟା,ହମ୍ ଆପକେ ହେ କନ୍, ହମ୍ ସାଥ୍ ସାଥ୍ ହେଁ,ପ୍ୟାର କିୟା ତୋ ଡରନା କ୍ୟା,ହମ୍ ଦିଲ୍ ଦେ ଛୁକେ ସଲମ୍ ଏହାପରେ ଦବଙ୍ଗ, ୱାଣ୍ଟେଡ୍,ବଜରଙ୍ଗୀ ଭାଇଜାନ୍ ଭଳି ସୁପର୍ ହିଟ୍ ଫିଲ୍ମରେ ନିଚ୍ଛକ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରିଥିଲେ ।ସଲମାନଙ୍କ ପ୍ରଶଂସକ ମଧ୍ୟରେ କିଛି ଏଭଳି ଲୋକ ଅଛନ୍ତି ଯେ ତାଙ୍କ ଜୀବନଶୈଳୀକୁ ଫଲୋ କରିବା ସହ ତାଙ୍କ ଭଳି କଥାବାର୍ତ୍ତା ଏବଂ ଭାବଭଙ୍ଗୀ ମଧ୍ୟ ଦେଖାନ୍ତି । ୫୫ ବର୍ଷ ବୟସରେ ମଧ୍ୟ ଅବିବାହିତ ରହି ସେ ବ୍ୟାଚଲର୍ ଅଫ୍ ଦି ୱାର୍ଲଡର ରେକର୍ଡ ମଧ୍ୟ କରିସାରିଲେଣି । ତେବେ ଭାଇଜାନ୍ ଙ୍କ ବାର୍ଥ ଡେ ଅବସରରେ ତାଙ୍କୁ ଟ୍ୱିଟରରେ ଫ୍ୟାନ୍ସମାନେ ଶୁଭେଚ୍ଛା ଜଣାଇଛନ୍ତି ।