Odia News Portal

କାହିଁକି ମାସକରେ ୫୦ଥର ସିମ୍ ବଦଳାଇଥିଲେ ସୁଶାନ୍ତ ?

ପାଟନା () ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଅଭିନେତା ଶେଖର ସୁମନ। ​‌ବିହାରର ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଘରେ ସାମ୍ବାଦିକ ସମ୍ମିଳନୀ ଡାକି ଶେଖର ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ବିବେଚନା ନକରି ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ କହିଛନ୍ତି।

ଶେଖର କହିଛନ୍ତି ଯେ ସୁଶାନ୍ତ ମୃତ୍ୟୁ ପୂର୍ବରୁ ମାସକ ଭିତରେ ମୋବାଇଲରେ ୫୦ଟି ସିମ୍ ପକାଇଥିଲେ। ଏହା ପଛରେ ଏକ ବଡ ରହସ୍ୟ ରହିଛି। ସୁଶାନ୍ତଙ୍କ ସୁଇସାଇଡ ନୋଟ ନମିଳିବା, ଘରର ଡୁପ୍ଲିକେଟ ଚାବି ଅଲଗାସ୍ଥାନରେ ରହିବା ଭଳି ଅନେକ ଘଟଣା ମୃତ୍ୟୁ ପଛରେ ରହସ୍ୟକୁ ସୂଚିତ କରୁଛି।

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ନେଇ ଶେଖର ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସାକ୍ଷାତ କରିବାକୁ ଗଲାବେଳେ ତାଙ୍କୁ ଅନୁମତି ମିଳି ନ ଥିଲା। ଅନ୍ୟପଟେ ସୁଶାନ୍ତ ସିଂହଙ୍କ ଭିସାରା ନମୁନା ନେଗେଟିଭ୍ ରିପୋର୍ଟ ଆସିଛି। ସୁଶାନ୍ତଙ୍କୁ କୌଣସି ପ୍ରକାର ବିଷ କିମ୍ବା ରାସାୟନିକ ଦିଆଯାଇ ହତ୍ୟା କରାଯାଇଥିବା ଆଶଙ୍କାକୁ ଆଧାର କରି ତାଙ୍କର ଭିସାରା ନମୁନା ପରୀକ୍ଷା ପାଇଁ ଦିଆଯାଇଥିଲା।