Odia News Portal

ଆସିଲା ତାପସୀଙ୍କ ଅଭିନୀତ ରଶ୍ମୀ ରକେଟ୍, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ରଶ୍ମି ରକେଟ’ ରେ ଟିଜର ଜାରି ହୋଇଛି । ତାପସୀ ନିଜେ ତାଙ୍କ ଟ୍ୱିଟରରେ ଫିଲ୍ମର ଟିଜର ଜାରି କରିଛନ୍ତି । ତାପସୀ ଭିଡିଓ ସେୟାର କରି କହିଛନ୍ତି କି, ଫିଲ୍ମର ଟ୍ରେଲର ଆଜି ସନ୍ଧ୍ୟା ସାଢେ ଛଅଟାରେ ଜାରି କରାଯିବ ।


ତାପସୀଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ଜି୫ରେ ରିଲିଜ୍ ହେବ । ଏହାପର୍ବୂରୁ ତାପସୀ ତାଙ୍କ ଇଂଷ୍ଟାଗ୍ରାମରେ ଫିଲ୍ମର ଏକ ଫୋଷ୍ଟର ସେୟାର କରିଥିଲେ । ସେୟାର କରାଯାଇଥିବା ଏହି ଫଟୋରେ ତାପସୀଙ୍କ ସହିତ ଫିଲ୍ମର ଅନ୍ୟ କଳାକାରମାନେ ମଧ୍ୟ ନଜରକୁ ଆସିଥିଲେ ।