Odia News Portal

ଆରପାରିରେ ‘ଶଲାବୁଢ଼ା’

ଭୁବନେଶ୍ୱର: ପରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚିତ୍ର ‘ଶଲାବୁଢ଼ା’ର ମୁଖ୍ୟ ଅଭିନେତା ଅଟ୍ଟଳ ବିହାରୀ ପଣ୍ଡା । ୯୨ ବର୍ଷ ବୟସରଙ୍କ ତାଙ୍କର ପରଲୋକ ହୋଇଛି । ବିଳମ୍ବିତ ରାତି ୩ଟା ୪୫ରେ ତାଙ୍କର ପରଲୋକ ହୋଇଛି । ବୁର୍ଲା ଭୀମସାର ମେଡିକାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ଖବର ପାଇବା ପରେ ଓଡ଼ିଆ ସିନେ ଜଗତରେ ଦୁଃଖର ଛାୟା ଖେଳିଯାଇଛି ।

ପ୍ରଖ୍ୟାତ ଗୀତିକାର, ନାଟ୍ୟକାର, ଥିଏଟର ଏବଂ ଚଳଚ୍ଚିତ୍ର ଅଭିନେତା ଅଟଳ ବିହାରୀ ପଣ୍ଡା ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୪୪ ପରଠାରୁ ନାଟକରେ ଅଭିନୟ ଆରମ୍ଭ କରିଥିଲେ ଏବଂ ତାଙ୍କ ଜୀବନରେ ପ୍ରାୟ ଶହେଟି ନାଟକ ଅଭିନୟ କରିଥିଲେ। ସେ ୬୫ ଟି ମଞ୍ଚ ଏବଂ ରେଡିଓ ନାଟକ ଲେଖିଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ସମ୍ବଲପୁରୀରେ ଅଛନ୍ତି। ସେ ସମ୍ବଲପୁରୀ ନାଟକର ଅଗ୍ରଣୀ ନାଟ୍ୟକାରଙ୍କ ମଧ୍ୟରେ ଜଣେ ।

ପଶ୍ଚିମ ଓଡ଼ିଶାରେ ଜଣେ ଜଣାଶୁଣା ଚେହେରା ଥିଲେ ସ୍ୱର୍ଗତ ଅଟଳ ବିହାରୀ ପଣ୍ଡା। ସେ ସମ୍ବଲପୁରୀ ଭାଷାରେ ଶତାଧିକ ନାଟକରେ ଅଭିନୟ କରିଥିଲେ। ତା’ ସହିତ ଅନେକ ନାଟକ ରଚନା କରିଥିଲେ। ୮୩ ବର୍ଷ ବୟସରେ ସେ ନିଜର ପ୍ରଥମ ଫିଲ୍ମ ‘ଶଲାବୁଢ଼ା’ କରିଥିଲେ। ଏହି ସମ୍ବଲପୁରୀ ଫିଲ୍ମରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଆଉ ସେଥିପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

ସ୍ୱର୍ଗତ ପଣ୍ଡା ‘ଶଲାବୁଢ଼ା’ର ସିକ୍ୱେଲ୍ ‘ଆଦିମ ବିଚାର’ରେ ମଧ୍ୟ ଅଭିନୟ କରିଥିଲେ। ଏଥିପାଇଁ ବି ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୨୦୨୦ରେ ‘ଶଲାବୁଢ଼ା’ ସିରିଜ୍ର ତୃତୀୟ ଫିଲ୍ମ ‘ଶଲାବୁଢ଼ାର ବଦଲା’ରେ ମଧ୍ୟ ସେ ଅଭିନୟ କରିଥିଲେ।