Odia News Portal
Browsing Tag

passesaway

ପରଲୋକରେ ଲୋକପ୍ରିୟ କାର୍ଟୁନିଷ୍ଟ କିଶୋର

ଭୁବନେଶ୍ୱର: ସୁପରିଚିତ ବ୍ୟଙ୍ଗ ଚିତ୍ରକାର କିଶୋର ରଥଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ବିୟୋଗ ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି । ଦୀର୍ଘ ତିନି ଦଶନ୍ଧି ଧରି କିଶୋର କାର୍ଟୁନିଷ୍ଟ ଭାବେ କାର୍ଯ୍ୟରତ…

ଦୀପାବଳିରେ ଲିଭିଗଲା ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଜୀବନ ଦୀପ

କୋଲକତା: ତୃଣମୂଳ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପଞ୍ଚାୟତରାଜ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଗତ ରାତିରେ ପରଲୋକ ହୋଇଯାଇଛି।  ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। କିଛି ଦିନ ପୂର୍ବେ ହୃଦଘାତର ଶିକାର ହୋଇଥିବା ସୁବ୍ରତ ମୁଖାର୍ଜୀ କଲିକତାର ଏକ ସରକାରୀ…

ପଞ୍ଚଭୂତରେ ଲୀନ ହେଲେ ଅରିନ୍ଦମ

କେନ୍ଦୁଝର: ସରିଲା ଶେଷକୃତ୍ୟ । ଜନ୍ମମାଟିରେ ପଞ୍ଚଭୂତରେ ଲୀନ ହେଲେ ଦୁଃସାହାସୀ ସାମ୍ବାଦିକ ଅରିନ୍ଦମ ଦାସ । ଆଜି ଭୋର୍ ପ୍ରାୟ ୪ଟା ୨୦ ମିନିଟ୍ରେ ଅରିନ୍ଦମଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ପହଞ୍ଚିଥିଲା। ଏହାପରେ ଏକ ଶୋଭାଯାତ୍ରାରେ…

ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

କଟକ: କଟକ ନରାଜ ସ୍ଥିତ ମୁଣ୍ଡଳି ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମ୍ ଡଙ୍ଗା ଓଲଟିବା ଘଟଣାରେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି। ଏନେଇ ଏସିସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଏସସିବିରେ…

ଫେଲ ମାରିଲା ଇକମୋ ଚିକିତ୍ସା, ଚାଲିଗଲା ଅଭିଶେକଙ୍କ ଜୀବନ

ଭୁବନେଶ୍ୱର: ବଞ୍ଚି ପାରିଲାନି ଜୀବନ । ଦୀର୍ଘ ଦିନର ଚିକିତ୍ସା ପରେ ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ ମହାପାତ୍ର । କରୋନାରେ ସଂକ୍ରମିତ ହୋଇ ଗୁରୁତର ହୋଇପଡିବା ପରେ କୋଲକତାରେ ଚାଲିଥିଲା ତାଙ୍କର ଇକମୋ ଚିକିତ୍ସା। ହେଲେ ଦୁଃଖର ବିଷୟ ଗତକାଲି ରାତି ପ୍ରାୟ ୧୦ଟା୪୫ ମିନିଟରେ…

ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ ଟିଭି ସିରିଏଲରେ ଅଭିନୟ କରୁଥିବା ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ । ୪୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ହୃଦଘାତରେ ତାଙ୍କର ପ୍ରାଣ ଯାଇଥିବା ଜଣା ପଡିଛି । ଲୋକପ୍ରିୟ ଟିଭି ସିରିଏଲ ବାଲିକାବଧୁରେ ସେ ଅଭିନୟ କରୁଥିଲେ । ତାଙ୍କର ବଳିଷ୍ଠ ଅଭିନୟ ସମସ୍ତ ଦର୍ଶକଙ୍କ…

ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ । ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ୧୯୬୮ ବ୍ୟାଚର ଆଇପିଏସ ଥିଲେ ଉମାଶଙ୍କର ମିଶ୍ର । ଓଡ଼ିଶାର ଏକମାତ୍ର ଆଇପିଏସ ଭାବେ ସିବିଆଇ ନିର୍ଦ୍ଦେଶକ ହୋଇଥିଲେ । ୨୦୦୩ରେ ସିବିଆଇ ନିର୍ଦ୍ଦେଶକ…

ପରଲୋକରେ ଯୁବ କଂଗ୍ରେସ ନେତା ସଂଗ୍ରାମ ଜେନା

ଭୁବନେଶ୍ୱର: କରୋନାରେ ପ୍ରାଣ ହରାଇଲେ କଂଗ୍ରେସ ଯୁବନେତା ସଂଗ୍ରାମ ଜେନା । ୪୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଯୁବ କଂଗ୍ରେସର ସଭାପତି ଥିଲେ ସଂଗ୍ରାମ । କରୋନାରେ ଆକ୍ରାନ୍ତ ହୋଇ ସେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

ପରଲୋକରେ ବିଶିଷ୍ଟ ରାଜନୀତି ସମୀକ୍ଷକ ସୁଧାଂଶୁ ତ୍ରିପାଠୀ

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ରାଜନୈତିକ ସମୀକ୍ଷକ ସୁଧାଂଶୁ କୁମାର ତ୍ରିପାଠୀଙ୍କ ପରଲୋକ। ଗତ ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ସେ ଚିକିତ୍ସାଧୀନ ଥିବାବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ୪ ବର୍ଷ ହେଲା…

ପରଲୋକରେ ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମ

ମୁମ୍ବାଇ: ବଲିଉଡ ଫିଲ୍ମ ଓ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ ଘଟିଛି । ମାତ୍ର ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କର କିଡନିଜନିତ…