Odia News Portal

ବଜ୍ରପାତ ନେଲା ଜୀବନ

୩ ଜଣ ଛାତ୍ରଛାତ୍ରୀ ଗଛ ମୂଳରେ ଛିଡ଼ା ହୋଇଥିଲେ। ହଠାତ୍‌ ବଜ୍ରପାତ ହେବାରୁ ଟଳି ପଡ଼ିଲେ ୩ ଛାତ୍ରଛାତ୍ରୀ। ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳରେ ଘଟିଛି।

କରୋନା ପାଇଁ ସ୍କୁଲ ବନ୍ଦ ରହିଥିବାରୁ ଚାନ୍ଦୁଆ ଥାନା ବାଘୁଆଶୋଳ ଗାଁର ୧୦ମ ଶ୍ରେଣୀ ଛାତ୍ର ବାବୁଲ ନାୟକ, ଷଷ୍ଠ ଶ୍ରେଣୀ ଛାତ୍ରୀ ବର୍ଷା ନାୟକ ଓ ନବମ ଶ୍ରେଣୀ ଛାତ୍ର ସୁଜିତ ନାୟକ ଘରେ ଥିଲେ। ଆଜି ସେମାନେ ସାଥୀ ହୋଇ ଘରଠାରୁ ୧୦୦ ମିଟର ଦୂରରେ ଛେଳି ଚରାଉଥିଲେ। ଏହି ସମୟରେ ହଠାତ୍‌ ବର୍ଷା ହୋଇଥିଲେ।