Odia News Portal

ସେପ୍ଟେମ୍ବର ମାସରୁ ସେରମ ଇନଷ୍ଟିଚ୍ୟୁଟ ଉତ୍ପାହନ କରିବ ସ୍ପୁଟନିକ୍ ଭି ଟୀକା

ଭାରତର ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଋଷୀୟ ଟିକା ସ୍ପୁଟନିକ-ଭି କୁ ସେପ୍ଟେମ୍ବର ମାସ ଠାରୁ ଉତ୍ପାଦନ କରିବ । ଏହାସହ ବାର୍ଷିକ ୩୦ କୋଟି ଡୋଜ ଉତ୍ପାଦନ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଥିବା କୁହାଯାଇଛି । ସୂଚନା ମୁତାବକ ଏବେ ଟେକ୍ନୋଲୋଜି ପ୍ରକ୍ରିୟା ଆରମ୍ଭ ହୋଇଛି । ଡିସିଜିଆଇର ମଞ୍ଜୁରୀ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ଷକୁ ୩୦ କୋଟି ଖୋରାକ ଉତ୍ପାଦନ କରାଯିବା ନେଇ କମ୍ପାନୀ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଭ୍ୟାକ୍ସିନର ପ୍ରଥମ ବ୍ୟାଚ୍ ୨୦୨୧ ସେପ୍ଟେମ୍ବର ମାସରେ ବଜାରର ଉପଲବ୍ଧ ହେବ ବୋଲି କମ୍ପାନୀ ଆଶା କରିଛି । ସେରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ ଆଦର ପୁନାୱାଲା କହିଛନ୍ତି କି ସ୍ପୁଟନିକ ଭି ଟିକା ପ୍ରସ୍ତୁତ ନେଇ ଆରଡିଆଇଏଫ୍ (ଋଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ) ସହିତ ବୁଝାମଣା କରି ସେ ବେସ୍ ଖୁସି ଅଛନ୍ତି ।ଆଗକୁ ପଢନ୍ତୁ