Odia News Portal

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଆସୁଛି ଆଉ ଏକ ଲଘୁଚାପ । ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସମ୍ଭାବନା । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଓ୍ବେଲମାର୍କ ଲୋ ପ୍ରେସରର ରୂପ ନେବ । ଘନିଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ହେବ । ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା । ଏନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଚଳିତ ମାସ ପ୍ରଥମ ସପ୍ତାହରେ ଲଘୁଚାପର ପ୍ରଭାବ ଓଡ଼ିଶାରେ ରହିଥିବାବେଳେ ଏବେ ପୁଣି ସମୁଦ୍ରର ଦାନା ବାନ୍ଧିଛି ଆଉ ଏକ ଲଘୁଚାପ  ।  ଏହି ଲଘୁଚାପ ପ୍ରଭାବରେ  ଆସନ୍ତା ଦୁଇ ଦିନ ପ୍ରର୍ଯ୍ୟନ୍ତ  ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ । ସେହିପରି  ଆଭ୍ୟନ୍ତରୀଣ ଓଡ଼ିଶା ସମେତ ପାହାଡିଆ ଅଞ୍ଚଳରେ ଶୀତ ବଢିବା ନେଇ ମଧ୍ୟ ସୂଚନା ପ୍ରଦାନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ, ଭୁବନେଶ୍ୱର  ।