Odia News Portal

ବଳକା ତେଲରେ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି କି ? ହୋଇପାରେ ଏସବୁ ମାରାତ୍ମକ ରୋଗ

ସାଧାରଣତଃ କିଛି ଖାଦ୍ୟପଦାର୍ଥ ଛାଣି ସାରିବା ପରେ ତେଲ ବଳି ଯାଇଥାଏ। ଅନେକ ଲୋକ ସେହି ତେଲକୁ ରଖି ପୁଣି ଥରେ ରୋଷେଇରେ ବ୍ୟବହାର କରିଥା’ନ୍ତି। କିନ୍ତୁ ଏହି ତେଲ ସ୍ବାସ୍ଥ୍ୟ ପକ୍ଷେ ଖୁବ୍‌ କ୍ଷତିକାରକ। ଏହା କର୍କଟ ଏବଂ ହୃଦ୍‌ରୋଗ ଭଳି ବିଭିନ୍ନ ମାରାତ୍ମକ ରୋଗକୁ ଆମନ୍ତ୍ରଣ କରିଥାଏ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଜାଣନ୍ତୁ କାହିଁକି ହୋଇପାରେ ଏହି

ମାରାତ୍ମକ ରୋଗ :
ଛଣାତେଲକୁ ବାରମ୍ବାର ଗରମ କରିବା ଫଳରେ ଉକ୍ତ ତେଲର ଗନ୍ଧ ଉଡ଼ି ଆଣ୍ଟିଅକ୍ସିଡାଣ୍ଟ୍‌ ପରିମାଣ କମ୍‌ ହୋଇଯାଏ। ଫଳରେ କର୍କଟ ଏବଂ ହୃଦ୍‌ରୋଗ, ହେବାର ଅଧିକ ସମ୍ଭାବନା ସୃଷ୍ଟି ହେବା ସହ କୋଲେଷ୍ଟୋରଲ୍‌ ପରିମାଣ ବୃଦ୍ଧି ପାଇଥାଏ। ବେଳେବେଳେ ପକୁଡ଼ି କିମ୍ବା ଚିପ୍‌ସ ଛାଣିବା ପାଇଁ ପୂର୍ବର ବଳକା ତେଲ ସହିତ ଆଉ କିଛି ତେଲ ମିଶା ଯାଇ ଛଣା ଯାଇଥାଏ। ଏହା ମଧ୍ୟ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରିବା ସହ ହଜମ ପ୍ରକ୍ରିୟା ଅସହଜ ମନେ ହୋଇଥାଏ। ଏଥିସହିତ ଛଣାତେଲରେ ଆଉ ଥରେ କିଛି ଛାଣି ଖାଇଲେ ମୁଣ୍ଡବିନ୍ଧା, ଦୃଷ୍ଟିଶକ୍ତି ଏବଂ ସ୍ମରଣଶକ୍ତି ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।