Odia News Portal

ବିଜ୍ଞାନ ଅନୁସାରେ ବିବାହ କରିବାର ସଠିକ୍ ବୟସ କେତେ ଜାଣନ୍ତୁ…

ବିବାହ କରିବା ଏକ ପବିତ୍ର ଅନୁଷ୍ଠାନ । ତେବେ ବିଜ୍ଞାନ ଅନୁସାରେ ବିବାହ କରିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଜରୁରୀ। କାରଣ ଏହା ଦ୍ବାରା ମଣିଷର ଶାରୀରିକ ଓ ମାନସିକ ସ୍ଥିତି ଭଲ ରହେ ତଥା ନିଜ ନୂଆ ଜେନେରେଶନ ଆରମ୍ଭ କରିଥାଏ। ତେବେ ବିଜ୍ଞାନ ଅନୁସାରେ ବିବାହ କରିବାର ସଠିକ୍‌ ସମୟ ଓ ବୟସ ଜାଣନ୍ତୁ।

ଯୁବତୀଙ୍କ ପାଇଁ ବିବାହ କରିବାର ସଠିକ୍‌ ବୟସ-

ବିଜ୍ଞାନ ଅନୁସାରେ ଝିଅମାନେ ୨୫ରୁ ୩୦ ବର୍ଷ ମଧ୍ୟରେ ବିବାହ କରିବା ଜରୁରୀ। ଏହା ସ୍ବାସ୍ଥ୍ୟ ସହ ଆଗାମୀ ଜେନେରେଶନ ପାଇଁ ଭଲ ହୋଇଥାଏ। କାରଣ ଏହି ବୟସ ମଧ୍ୟରେ ଶରୀରରେ ଶକ୍ତିଶାଳୀ ହର୍ମୋନ କ୍ଷରଣ ହୋଇଥାଏ। ଯାହା ଯୁବତୀଙ୍କ ଶାରୀରିକ ଓ ମାନସିକ ସ୍ଥିତି ପାଇଁ ଭଲ ହୋଇଥାଏ। ଏହା ସହ ସେମାନଙ୍କୁ ମାଁ ହେବାରେ ମଧ୍ୟ କୌଣସି ସମସ୍ୟାର ସାମ୍ନା କରିବାକୁ ପଡିନଥାଏ। ୩୫-୪୦ ବର୍ଷ ମଧ୍ୟରେ ମହିଳାଙ୍କର ହର୍ମୋନ କମିବାରେ ଲାଗେ ଯେଉଁଥିପାଇଁ ସେମାନଙ୍କୁ ମାଆ ହେବାରେ ଅସୁବିଧା ହୋଇଥାଏ।

ଯୁବକଙ୍କ ବିବାହର ସଠିକ୍‌ ବୟସ-

ବିଜ୍ଞାନ ଅନୁସାରେ ପୁଅମାନେ ୨୮ରୁ ୩୨ ବର୍ଷ ମଧ୍ୟରେ ବିବାହ କରିବା ଜରୁରୀ। ଏହି ସମୟରେ ଯୁବକମାନେ ମାନସିକ ଓ ଶାରୀରିକଭାବେ ଫିଟ୍‌ ଥାନ୍ତି। ଏହି ବୟସରେ ସେମାନଙ୍କଠାରେ ଶକ୍ତିଶାଳୀ ହର୍ମୋନ ଅଧିକ କ୍ଷରିତ ହୋଇଥାଏ। ଫଳରେ ଏହି ସମୟରେ ବାପା ହେବା ପାଇଁ କୌଣସି ସମସ୍ୟା ହୋଇନଥାଏ। ଯଦି ପୁରୁଷମାନେ ଅଧିକ ବୟସରେ ବିବାହ କରନ୍ତି ତାହେଲେ ସେମାନଙ୍କର ପାର୍ଟନର ସହ ଠିକ୍‌ ଭାବେ ତାଳ ମେଳ ହୁଏ ନାହିଁ। ଯାହା ସେମାନଙ୍କ ସମ୍ପର୍କରେ ଖରାପ ପ୍ରଭାବ ପକାଇବା ଆସଂକା ରହିଥାଏ। ଏଥିପାଇଁ ଠିକ୍‌ ବୟସକରେ ବିବାହ କରିବା ଜରୁରୀ।