Odia News Portal

କେବେ ବି ସନ୍ଧ୍ୟା ବେଳେ କରନ୍ତୁନି ଏହି କାମ, ନଚେତ୍‌ ହୋଇଯିବେ କାଙ୍ଗାଳ

ପ୍ରତି ଘରେ ଲକ୍ଷ୍ମୀ ବାସ କରିଥାନ୍ତି। ଏଣୁ ସବୁଦିନ ଘର ଝାଡ଼ୁ କରିବାକୁ ତଥା ପରିଷ୍କାରପରିଚ୍ଛନ୍ନ ରହିବାକୁ କୁହାଯାଏ। ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ଯେଉଁ ଘରେ ସବୁବେଳେ କଳି ଝଗଡ଼ା ହୁଏ, ନାରୀଙ୍କୁ ସମ୍ମାନ ଦିଆଯାଏ ନାହିଁ, ଅନୈତିକ କାମ ହେଉଥାଏ ସେ ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ। ତେବେ ଆମେ ଦିନରେ ଯେତେ ସଚେତନ ରହୁଥିଲେ ବି ଯଦି ସନ୍ଧ୍ୟା ବେଳେ କିଛି କଥା ନ ମାନିବା ତେବେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ଆସନ୍ତୁ ଜାଣିବା ସନ୍ଧ୍ୟା ବେଳେ କେଉଁ କାମ କରିବା ମନା…

ଶାସ୍ତ୍ର ଅନୁସାରେ ସନ୍ଧ୍ୟାରେ ଝାଡ଼ୁ କରିବା ଅନୁଚିତ। ଏହା ଦ୍ୱାରା ମଇଳା ସହ ଘରର ସୁଖ ଶାନ୍ତି ବି ବାହାରକୁ ଚାଲିଯାଏ। ଏଣୁ ସବୁବେଳେ ସନ୍ଧ୍ୟା ପୂର୍ବରୁ ଘର ଝାଡ଼ୁ କରନ୍ତୁ।

ସନ୍ଧ୍ୟାରେ ତୁଳସୀ ଗଛରେ ଜଳ ଚଢ଼ାଇବା ଅନୁଚିତ। କେବଳ ଏତିକି ନୁହେଁ ପତ୍ର ତୋଳିବା ମଧ୍ୟ ଅନୁଚିତ। ଯଦି ସମ୍ଭବ ହେଉଛି ତେବେ ଗଛକୁ ଆଦୌ ଛୁଅଁନ୍ତୁ ନାହିଁ। ଏହା ଦ୍ୱାରା ବିଷ୍ଣୁ କ୍ରୋଧ କରିଥାନ୍ତି।

ସନ୍ଧ୍ୟାରେ ସ୍ତ୍ରୀଙ୍କୁ ଅପମାନିତ କରିବା ଉଚିତ ନୁହେଁ। ତେଣିକି ସେ ଘରର ହୁଅନ୍ତୁ କି ବାହାରର। ଏହି ସମୟରେ ସ୍ତ୍ରୀଙ୍କୁ ଅପମାନିତ କରିବାକୁ ପାପ ବୋଲି ଧରାଯାଏ।

ଯେଉଁ ଘରେ ଲୋକମାନେ ସନ୍ଧ୍ୟା ବେଳେ ଶୋଇଥାଆନ୍ତି ସେଠାରେ ଲକ୍ଷ୍ମୀ ବାସ କରିନଥାନ୍ତି। ଏଣୁ ସନ୍ଧ୍ୟାରେ କେବେ ବି ଶୁଅନ୍ତୁ ନାହିଁ।