Odia News Portal

ଘର ଆଗରେ କ’ଣ ଥିଲେ ଖରାପ ! ଜାଣି ରଖନ୍ତୁ ଏହି ୫ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘର ଆଗରେ କିଛି ଜିନିଷ ରହିଲେ ଅଶୁଭ ହୁଏ । ତେବେ ଏବେ ଜାଣନ୍ତୁ ଘର ଆଗ ତଥା ଆଖପାଖରେ କ’ଣ ରଖିବେ ନାହିଁ ।

କଣ୍ଟାଯୁକ୍ତ ଗଛ : ଘର ଆଗରେ କଣ୍ଟାଯୁକ୍ତ ଗଛ ଯେପରି ସିଜୁ, ଲେମ୍ବୁ, ଆଲୋଭେରା, କାକ୍‌ଟସ୍‌ ଆଦି ଥିଲେ ଶତ୍ରୁ ବଢ଼ିଥାନ୍ତି। ଏହାର ପ୍ରଭାବରେ ପାରିବାରିକ ଜୀବନରେ ମତଭେଦ ବଢ଼େ ଓ ଘର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ।

କ୍ଷୀର ବାହାରୁଥିବା ଗଛ : ଘର ଆଗରେ କ୍ଷୀର ବାହାରୁଥିବା ଗଛ ଯେପରି ଡିମିରି, ସିଜୁ ଆଦି ଥିଲେ ଘର ଲୋକଙ୍କ ମଧ୍ୟରେ ବିବାଦ ବଢ଼େ। ଯେତେ ଟଙ୍କା ଆୟ ହେଉଥିଲେ ବି ନିଅଣ୍ଟିଆ ହୁଏ।

ଘର ଆଗ ନିଚ୍ଚା : ଘର ଆଗ ସର୍ବଦା ରାସ୍ତାଠାରୁ ଉଚ୍ଚା ରହିବା ଦରକାର। ରାସ୍ତାଠାରୁ ଘର ଆଗ ନିଚ୍ଚା ରହିଲେ ବାସ୍ତୁ ଦୋଷ ଲାଗି ରହେ। ଏହାଯୋଗୁ ଘର ଲୋକଙ୍କଠାରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଏ।

ଡଷ୍ଟବିନ୍ :‌ ଘର ଆଗରେ ଅଳିଆ ଗଦା କରିବା ଅବା ଡଷ୍ଟବିନ୍‌ ରଖି ଅଳିଆ ରଖିବା ଦ୍ୱାରା ଘର ଭିତରକୁ ନକାରାତ୍ମକ ଶକ୍ତି ପ୍ରବେଶ କରେ। ଏହାଦ୍ୱାରା ଘର ଲୋକଙ୍କ ସ୍ୱଭାବ ଓ ସ୍ୱାସ୍ଥ୍ୟ ଖରାପ ହୁଏ ।

ବଡ଼ ଗଛ : ବାସ୍ତୁ ଅନୁସାରେ ଘରଠାରୁ ଉଚ୍ଚା ଗଛ ଦୁଃଖ ବଢ଼ାଏ । ଘରେ ସର୍ବଦା ସମସ୍ୟା ଲାଗି ରହେ।