Odia News Portal

ଏବେ ଆପଣଙ୍କ ଘରେ ପହଞ୍ଚିବ ମାତା ବୈଷ୍ଣୋଦେବୀଙ୍କ ପ୍ରସାଦ

ନୂଆଦିଲ୍ଲୀ : କରୋନା ମହାମାରୀ କାରଣରୁ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ଯାଇପାରୁନାହାନ୍ତି । ଏବେ ଏହି ଚିନ୍ତାରୁ ମୁକ୍ତି ମିଳିବ । ଏବେ ଘରେ ବସି ମାତା ବୈଷ୍ଣୋଦେବୀଙ୍କ ପ୍ରସାଦ ମଗାଇ ପାରିବେ ଆପଣ । ଏଥିପାଇଁ ମାତା ବୈଷ୍ଣୋଦେବୀ ସାଇନ ବୋର୍ଡ ଡାକ ମାଧ୍ୟମରେ ଆପଣଙ୍କୁ ପ୍ରସାଦ ପଠାଇବା ପାଇଁ ଯୋଜନା କରିଛି ।

କରୋନା ସଂକ୍ରମଣ ପାଇଁ ମାତା ବୈଷ୍ଣୋଦେବୀଙ୍କ ମନ୍ଦିର ଗତ ୫ ମାସ ହେଲା ବନ୍ଦ ରହିଥିଲା । ଏବେ ଅଗଷ୍ଟ ୧୬ରେ ଶ୍ରଦ୍ଧାଳୁଙ୍କ ପାଇଁ ଏହା ଖୋଲିଛି । ଗମନାଗମନ ଓ ସେଠାରେ ରହଣୀର ସୁବିଧା ନଥିବା କାରଣରୁ ଶ୍ରଦ୍ଧାଳୁମାନେ ଚାହିଁଲେ ବି ମାତାଙ୍କ ଦର୍ଶନ ପାଇଁ ଯାଇପାରୁନାହାନ୍ତି । ଶ୍ରଦ୍ଧାଳୁଙ୍କ ଏପରି ଅସୁବିଧାକୁ ଆଖିଆଗରେ ରଖି ସାଇନ ବୋର୍ଡ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସ୍ରାଇନ ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରମେଶ କୁମାର ଓ ଜାମ୍ମୁ କଶ୍ମୀରର ଡାକ ବିଭାଗ ନିର୍ଦ୍ଦେଶକ ଗୌରବ ଶ୍ରୀବାସ୍ତବ କଟରାରେ ଏକ ମିଳିତ ବୁଝାମଣା ପତ୍ରରେ ସ୍ବାକ୍ଷର କରିଛନ୍ତି ।

ଏଥିରେ ଡାକ ବିଭାଗ ବିନା ଲାଭ-କ୍ଷତିର ହିସାବରେ ଶ୍ରଦ୍ଧାଳୁଙ୍କ ଘରେ ପ୍ରସାଦ ପହଞ୍ଚାଇବ । ଏହି ପ୍ରସାଦକୁ SMVDSBର ଓ୍ବେବ ସାଇଟରେ ଶ୍ରଦ୍ଧାଳୁମାନେ ବୁକ୍ କରି ପାରିବେ । ଏହାକୁ ଛାଡି  9906019475 ରେ କଲ କରି ଏହି ସୁବିଧାର ଲାଭ ଉଠାଇ ପାରିବେ ।